ଜୁଲାଇ ୧ ବିଶ୍ୱ ବନ ମହୋତ୍ସବଠାରୁ ଏକ ମାସ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରିବା ଭଞ୍ଜସେନା

0

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ  ଗତ ୨୪/୦୬/୨୦୨୧ ରିଖ “ପବିତ୍ର ଦେବସ୍ନାନ ପୂର୍ଣ୍ଣିମା”ରୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକମାସ ଧରି ଚାଲିବା ପାଇଁ ଘୋଷଣା କରାଯାଇଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ରଥଯାତ୍ରା କୁ ନେଇ ଯୋଉ ଅନିଶ୍ଚିତତା ଦେଖାଦେଇଛି,ସେହି ପରିପ୍ରେକ୍ଷୀରେ ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଜୁନ ୨୪ତାରିଖ ପରିବର୍ତ୍ତେ ଆଗାମୀ ଜୁଲାଇ ମାସ ୧ତାରିଖ “ବିଶ୍ୱ ବନ ମହୋତ୍ସବ” ରୁ ଭଞ୍ଜସେନାର ସମସ୍ତ କର୍ମୀ ଜିଲ୍ଲାର କୋଣ ଅନୁକୋଣରେ ବ୍ୟାପକ ଭାବେ ଗଛ ଲଗାଇ ପରିବେଶ ବଞ୍ଚାଓ ଅଭିଯାନର  ଶୁଭାରମ୍ଭ କରିବେ ବୋଲି  ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

Leave A Reply

Your email address will not be published.