ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଚିତ୍ରକଳା ଶିବିର ଉଦ୍ଘାଟିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ) :ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଭର୍ଚୁଆଲ ମାଧ୍ୟମରେ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଉଦ୍ଘାଟିତ ହୋଇଯାଇଛିା ଏହି ଶିବିର ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଓ ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ନିଜ ନିଜ ଘରେ ରହି ଚିତ୍ର ଅଙ୍କନ କରିବୋ 

ଏହାକୁ ଉଦ୍ଘାଟନ କରି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ ଚଳିତ ବିଶ୍ୱ ମହାମାରୀ କୋଭିଡ୍-୧୯ ସମୟରେ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଦେଶାନୁସାରେ ଓଡ଼ିଶା ଲଳିତ କଳା ଏକାଡେମୀ କୋଭିଡ୍-୧୯ ନିୟମକୁ ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରଖିବା  ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲୋ ଗତ ଜୁନ୍ ମାସ ୮ ତାରିଖରେ ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମରେ ୧୫୦ଟି ଶିଳ୍ପୀ ପରିବାରଙ୍କୁ ନେଇ ଏକ ଭିତ୍ତିଚିତ୍ର ଶିବିର ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଆୟୋଜନ କରାଯାଇଥିଲାା ଯାହାକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିବା ପ୍ରକାଶ କରିଥିଲୋ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ଓଡ଼ିଶାର ଶିଳ୍ପୀମାନେ ଘରେ ରହି ଚିତ୍ରକଳା କରିବା ପାଇଁ ଉତ୍ସାହିତ ହୋଇ ରଥଯାତ୍ରା ଅବସରରେ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ବିଷୟ ବସ୍ତୁ ଆଧାରିତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତିଗୁଡ଼ିକୁ ଭର୍ଚୁଆଲ ପ୍ରଦର୍ଶନୀ ମାଧ୍ୟମରେ ସର୍ବଜନାଦୃତ କରିବା ଲକ୍ଷ୍ୟରେ ଓଡ଼ିଶା ଲଳିତକଳା ଏକାଡେମୀର ନିଆରା ଉଦ୍ୟମ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲୋ 

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏହି ଅବସରରେ କହିଥିଲେ ଯେ ଓଡ଼ିଶାର ଲୋକମାନେ ଆଗରୁ ନଅଙ୍କ ଦୁର୍ଭିକ୍ଷ ପରି କରାଳ ମହାମାରୀକୁ ଜୟ କରିଛନ୍ତିା ଚଳିତ ବିଶ୍ୱ ମହାମାରୀ କୋଭିଡ୍-୧୯ ସମୟରେ ମଧ୍ୟ ଘରେ ରହି ଏହି ସ୍ୱତନ୍ତ୍ର ଚିତ୍ରକଳା ଶିବିରରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ଦୃଢ଼ ମନୋବଳ ସହକାରେ ସଫଳ କରି ଚିତ୍ରଶିଳ୍ପୀଗଣ ଜୟ ଲାଭ କରିପାରିବୋ 

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଜଗତର ନାଥ ଜଗନ୍ନାଥଙ୍କ କୃପା ଭିକ୍ଷା କରି ଶିଳ୍ପୀ ପରିବାରର ଶୁଭକାମନା କରିଥିଲୋ 

ଏକାଡେମୀର ସଭାପତି, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ ତାଙ୍କ ଭାଷଣରେ ଶିବିରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲୋ 

ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେବା ସହ ୬୬୮ ଜଣ ଶିଳ୍ପୀ ଉକ୍ତ ଶିବିରରେ ଭାଗ ନେବା ପାଇଁ ଆବେଦନ କରିଥିବା ପ୍ରକାଶ କରିଥିଲୋ ଏକ ବିଶେଷଜ୍ଞ କମିଟି ଦ୍ୱାରା ତନଖି କରାଯାଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ ଜଣ ଶିଳ୍ପୀଙ୍କୁ ଭାଗନେବା ପାଇଁ ମନୋନୀତ କରାଯାଇଛିା ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ତାଙ୍କର କଳାକୃତିକୁ ଏକାଡେମୀକୁ ପଠାଇବେ ଏବଂ ଏକାଡେମୀ ତରଫରୁ ପ୍ରତ୍ୟେକ ଶିଳ୍ପୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମାନଦେୟ ରାଶି ପ୍ରଦାନ କରାଯିବ ବୋଲି ଜଣାଇଥିଲୋ 

ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ପଢ଼ିହାରୀ ଉକ୍ତ ସଭାରେ ଯୋଗଦାନ କରି ଚିତ୍ରଶିଳ୍ପୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲୋ ସର୍ବଶେଷରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓଏସ୍ଡି ଶ୍ରୀମତୀ ମନସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲୋ 

 

Leave A Reply

Your email address will not be published.