ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ସଚେତନତା ବାର୍ତ୍ତା।

0 1

ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ):- ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ଭଦ୍ରକ ଜିଲ୍ଲା ଚରମ୍ପା ଧାମରା ଓଭର୍ ବ୍ରିଜ ନିକଟରେ କୋରୋନା କଟକଣା ନିୟମ କୁ ମାନି ଏକ ବ୍ୟାପକ ଧରଣ ର ଖାଦ୍ୟ ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନେକ ଡ୍ରାଇଭର ଯୋଗଦେଇ ଜାତୀୟ ରାଜପଥରେ ଗାଡ଼ି ଅଟକାଇ ଗାଡି ଚାଳକ ମାନଙ୍କୁ ଖାଦ୍ୟ ବିତରଣ ଓ ମାକ୍ସ ବଣ୍ଟନ କରିଥିଲେ।  ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ଡ୍ରାଇଭର ସଙ୍ଘ  ତଥା ଦିଲିପ କୁମାର ସାହୁ, ଶ୍ୟାମସୁନ୍ଦର ଗୁପ୍ତା, ପ୍ରଭାସ କୁମାର ଦାସ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ। ପ୍ରାୟ ୭୦୦ ଲୋକଙ୍କ ପାଇ ଖାଦ୍ୟ ବଣ୍ଟନ କରିଥିଲେ। ଡ୍ରାଇଭର ମାନଙ୍କ ପାଇଁ କିଛି ସୁବିଧା ଓ ସହଯୋଗ ନ ଥିବା ଅଭିଯୋଗ କରି ସରକାରଙ୍କୁ ପାଖରେ ବାର୍ତ୍ତା ରଖିଥିଲେ।

Leave A Reply

Your email address will not be published.