ପ୍ରସିଦ୍ଧ କୁଢୋ ମାଛ ସୁରକ୍ଷା କେବେ,  ସୁରକ୍ଷା ଦେବାକୁ ପ୍ରଶାସନକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

0 2

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ :  ବିପଦରେ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ର କୁଢୋ ମାଛ ।ବେଆଇନ ବିସ୍ଫୋରଣ ଯୋଗୁଁ କୁଢୋ ମାଛ ମରି ପାଣିରେ ଭାଷୁଛନ୍ତି।ବାରମ୍ବାର ଅଭିଯୋଗ ସତ୍ଵେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ । ସେପଟେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କୁଢୋ ମାଛ କୁ ସୁରକ୍ଷା ଦେଵାକୁ  ପ୍ରଶାସନକୁ  ପରାର୍ମଶ ଦେଇଛନ୍ତି  ।

ମହାନଦୀରେ ଚାଲିଛି ବେଆଇନ ବିସ୍ଫୋରଣ ।  ଟଲି ପଡୁଛନ୍ତି ଶହ ଶହ କୁଢୋ ମାଛ । ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଶୈଵପୀଠ ହୁମା ବକ୍ର ମନ୍ଦିର ମଛିନ୍ଦ୍ର ଘାଟ ନିକଟରେ ବେଆଇନ ଭାଵେ ଚାଲିଛି ବିସ୍ଫୋରଣ । ଏହା ଦ୍ଵାରା ହୁମାରେ ମତ୍ସ୍ୟବତାରେ ପୁଜା ପାଉଥିବା କୁଢୋ ମାଛ ମୃତ୍ୟ ବରଣ କରୁଛନ୍ତି ।   ଗୁଣ୍ତେରପୁର, ଚିପିଲିମା  ଓ ହୁମା ମଧ୍ୟରେ ମହାନଦୀ ପାଣି ଭିତରେ ଅନେକ ସ୍ଥାନ ମାନଙ୍କରେ ବେଆଇନ ବିସ୍ଫୋରଣ  କରି ମାଛ ମାରୁଛନ୍ତି । ବିସ୍ଫୋଣର ଯୋଗୁଁ ସାଧାରଣ ମାଛ ମରିବା ସହ ଶହ ଶହ କୁଢୋ ମାଛ ମଧ୍ୟ ମରି ପାଣିରେ ଭାସୁଥିବା ଦେଖିବାକୁ ମିଲିଛି । ଏହି କୁଢୋ ମାଛ ଦୁର୍ବୁତ୍ତ ମାନେ ବଜାରେ ମଧ୍ୟ ବିକ୍ରି କରୁଛନ୍ତି । କିଛି ମାସ ପୁର୍ଵରୁ ମଧ୍ୟ ଦୁର୍ବୁତ୍ତ ମାନେ ମହାନଦୀ ପାଣି ଭିତରେ ବେଆଇନ ବିସ୍ଫୋରଣ କରି ଏଭଲି ମାଛ ମାରି ବଜାରେ ବିକ୍ରି କରିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଅନେକ ଥର ହୁମା ମନ୍ଦିର କମିଟି ଓ ସ୍ଥାନୀୟ ଗ୍ରାମବାସୀ ଥାନା ଓ ପ୍ରଶାସନ ଦ୍ଵାରସ୍ତ ହୋଇଥିଲେ ପ୍ରଶାସନ  କୌଣସି ପଦକ୍ଷେପ ନେଉନାହିଁ ।

ହୁମା ବକ୍ର ମନ୍ଦିର କୁ ପର୍ଯ୍ୟଟକ ଆସିଲେ ଏହି କୁଢୋ ମାଛ କୁ ଦେଖିବା ପାଇ ଭିଡ ଜମିବା ସହ ଖାଦ୍ୟ ଦେଇ ପୁଜା କରିଥାନ୍ତି ।ଏବେ ମନ୍ଦିର ବନ୍ଦ ଥିବାରୁ ପର୍ଯ୍ୟଟକ ମଧ୍ୟ ଆସୁନାହାନ୍ତି କି ଖାଦ୍ୟ ଦିଆଯାଉାନାହି ମାଛ ମାନଙ୍କୁ ।ଏଭଲି ସ୍ଥିତିରେ ଲଗାତାର ଦୁର୍ବୁତ୍ତ ମାନେ ବେଆଇନ ବିସ୍ଫୋରଣ କରି ମାଛ ମାରିଲେ ଆଗକୁ ଏହି ପ୍ରସିଦ୍ଧ କୁଢୋମାଛ ଲୋପ ପାଇଯିବେ ।ସେପଟେ ଏହି ଘଟଣା ଜାଣିବା ପରେ  କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟୁଇଟ କରି କୁଢୋ ମାଛ ମାରିବା କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।ଏହି ଦୁର୍ଲଭ ମାଛ ବିଷ୍ଣୁଙ୍କ ଅବତାର ବୋଲି ଅନାଦି ଅନନ୍ତ କାଳରୁ ବିଶ୍ୱାସ ରହିଛି। ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ଉଚିତ ପଦକ୍ଷେପ ନେଉ  ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏହାସହ  ଲମ୍ବା ସମୟ ଧରି କୁଢୋ ମାଛକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବା ସହ ଭବିଷ୍ୟତରେ ମଧ୍ୟ ଏଭଲି  ଘଟଣାର ପୁନରାବୃତ୍ତି ନଘଟେ ସେନେଇ ଜିଲ୍ଲା  ପ୍ରଶାସନ ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେଉ ବୋଲି କେନ୍ଦ୍ର ମନ୍ତ୍ରୀ ପରାମର୍ଶ  ଦେଇଛନ୍ତି | 

କୁଢୋ ମାଛ ସୁରକ୍ଷା ନେଇ ସ୍ଥାନୀୟ ଲୋକେ ଅନେକ ଥର  ପ୍ରଶାସନ ଓ ଥାନା ଦ୍ବାରସ୍ତ ହୋଇଥିଲେ କୌଣସି ପଦକ୍ଷେପ ଦୁର୍ବୁତ୍ତ ଙ୍କ ବିରୋଧରେ  ନିଆଯାଉନାହିଁ କାହିଁକି ? ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଦିଗରେ  ତତ୍ପରତା ହେଉନି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.