ମହରମ ଚୋରା ଚାଲାଣର ହବ ପାଲଟିଛି ନୂଆଗଡ଼

0 2

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ:ଯାଜପୁର ଜିଲ୍ଲା ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ନୂଆଗଡ ପଡ଼ିଆ ଠାରେ ବହୁଦିନ ଧରି ମହରମ ମାଫିଆ ମାନେ ଦିନ ଦୁଇପ୍ରହର ରେ ଟ୍ରାକ୍ଟର ଯୋଗେ ସହ ସହ ଟ୍ରିପ ମହରମ ଚୋରା ଚାଲାଣ କରୁଛନ୍ତି ଯାହାଫଳରେ ମାଲେମାଲ ହେଉଛନ୍ତି ମହରମ ମାଫିଆ ରାଜସ୍ବ ହରାଉଛି ବ୍ୟାସନଗର ତହସିଲ ଯାଜପୁର ରୋଡ ଥାନା ପଛପଟ ରେ ଏହି ମହରମ ଖାଦାନ ପୋଲିସ କେମିତି ଜାଣିପାରୁନଥିଲା ନା ଜାଣି ନ ଜାଣିଲା ପରି ଅନ୍ଧପୁଟୁଳି ଖେଳ ଖେଳୁଥିଲା ମାଫିଆ ଓ ପ୍ରଶାସନର ମଧୁ ଚନ୍ଦ୍ରିକା ରହିଛି କି? ଆଜି କୌଣସି ସୂତ୍ରରୁ ଖବର ପାଇ ବ୍ୟାସନଗର ତହସିଲଦାର ଓ ତାଙ୍କ ଟିମ ସହିତ ଘଟଣା ସ୍ଥଳ କୁ ଯାଇ ଚଢ଼ାଉ କରିଥିଲେ ଏହି ଚଢ଼ାଉ ରେ ଦୁଇଟି ଟ୍ରାକ୍ଟର କୁ ଜବଦ କରି ଯାଜପୁରରୋଡ ଆଦର୍ଶ ଥାନା କୁ ହସ୍ତାନ୍ତର କରିଥିଲେ ଦେଖାଯାଉ ଏହି ମାଫିଆ ମାନଙ୍କ ଉପରେ ଆଗକୁ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି କି ଫାଇନ କରି ଛଡା ଯାଉଛି ଦେଖିବାକୁ ବାକି ରହିଲା |

 

Leave A Reply

Your email address will not be published.