ଏକାଥରେ ଚାଲିଗଲା ଦି ଦି ଟା ନିଷ୍ପାପ ଜୀବନ

0 2

ଚୁଡାପୁଡୁଗ ଗ୍ରାମରେ ଅଭାବନୀୟ ଘଟଣା ଗାଧୋଇବା ବେଳେ ସୁରୁବାଲି ନ‌ଈରେ ବୁଡି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି) : ମା’ ସହ ଗାଧୋଇବାକୁ ଯାଇ ଦୁଇ ନାବାଳକ ପୁତ୍ର ପାଣିରେ ବୁଡି  ମୃତ୍ୟୁବରଣ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଚାରମାଳ ଥାନା ଚୁଡାପୁଡୁଗ ଗ୍ରାମର ଦୁଃଖବନ୍ଧୁ ଖାଡିଆଙ୍କ ଦୁଇ ପୁଅ ଅଜିତ୍ ଖାଡିଆ (୪) ଓ ଅମିତ୍ ଖାଡିଆ(୬) ମା ସୁନିତା ଖାଡିଆଙ୍କ ସହ ମଙ୍ଗଳବାର ପୂର୍ବାହ୍ନ ୧୧ ଟା ରେ ଗାଧୋଇବାକୁ ଗ୍ରାମ ନିକଟସ୍ଥ ସୁରୁବାଲି ନ‌ଈକୁୁ ଯାଇଥିଲେ। ମା’ ତାଙ୍କର ଗାଧୋଉଥିବା ସମୟରେ ପୁଅ ୨ ଜଣ ମଧ୍ୟ ଗାଧୋଉଥିଲେ। ହେଲେ ମା’ ଅଜାଣତରେ ୨ ନାବାଳକ ପୁଅ ପାଣିରେ ଏକ ସଂଗରେ ବୁଡି ଯାଇଥିଲେ। ହେଲେ ମା ଜାଣି ପାରି ନ ଥିଲେ। ସେ ଭାବି ନେଇଥିଲେ ଯେ ପିଲାମାନେ ଘରକୁ ଯାଇଥିବେ। ଘରକୁ ଯାଇ ଦେଖନ୍ତି ତ ପିଲାମାନେ ଘରେ ନାହାନ୍ତି ବହୁତ ଖୋଜାଖୋଜି କରିଥିଲେ ଗାଁ ସାରା।

ଘଂଟାଏ ପରେ ଗ୍ରାମର କେତେଜଣ ବ୍ୟକ୍ତି ସେଇ ସୁରୁବାଲି ନ‌ଈକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ପିଲାର ମୃତ ଦେହ ପାଣିରେ ଭାସୁଥିବାର ଦେଖି ଗାଁକୁ ଖବର ଦେଇଥିଲେ। ପାଣିରେ ଖୋଜାଖୋଜି କଲାପରେ ସେ ସ୍ଥାନରେ ଅନ୍ୟ ପିଲାର ମୃତଦେହକୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ସଙ୍ଗେ ସଙ୍ଗେ ଆମ୍ବଲାନସ୍ ରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଚାରମାଳ ପୋଲିସ୍ ରେଢାଖୋଲ ଡକ୍ତରଖାନାକୁ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣା ପଡିଛି।

ମୃତକ ପିଲା ୨ ଟିର ବାପା ଦିନବନ୍ଧୁ ଖଡିଆ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ବେଳେ ମା’ ଦିନ ମଜୁରିଆ ଭାବରେ କାମ କରନ୍ତି। ସରକାରଙ୍କ ତରଫରୁ ପରିବାରକୁ ଆବଶ୍ୟକ ସାହାଯ୍ୟ କରିବାକୁ ସାଧାରଣରେ ଦାବୀ ହେଇଛି। ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.