ସମ୍ ଅଲ୍ଟିମେଟ ମେଡିକେୟାରରେ ନବଜାତ ଶିଶୁର ଜଟିଳ ଅସ୍ତ୍ରୋପଚାର 

0 1

ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ଏକ ନବଜାତ ଶିଶୁଠାରେ ଦେଖାଦେଇଥିବା ବିରଳ ଜନ୍ମଗତ ତ୍ରୁଟିର ଅସ୍ତ୍ରୋପଚାର  କରି ତାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନେଇଥିବା ଏହି ଶିଶୁପୁତ୍ରଟିର ଓଜନ ମାତ୍ର ୨ କିଲୋ ଥିବାବେଳେ ଜନ୍ମ ହେବାର ଦୁଇ ଦିନ ଭିତରେ ଶିଶୁଟି ଗୁରୁତର ହୋଇପଡ଼ିବା ସହ ମା’ ଠାରୁ କ୍ଷୀର ଖାଇବା ପାଇଁ ଅସମର୍ଥ ହୋଇପଡ଼ିଥିଲା ଓ ପାଟିରୁ ଫେଣ ବାହାରୁଥିଲା । ଶିଶୁଟିକୁ ତୁରନ୍ତ ସମ୍ ଅଲ୍ଟିମେଟ ମେଡିକେୟାରରେ ଭର୍ତି କରାଯାଇଥିଲା ।

ପରୀକ୍ଷା ନିରୀକ୍ଷା ପରେ ପାଟିରୁ ପାକସ୍ଥଳୀକୁ ସଂଯୋଗ କରୁଥିବା ଖାଦ୍ୟ ନଳୀ ଅଳ୍ପ ବାଟରେ ବନ୍ଦ ହୋଇଯାଇଥିବା ଓ କ୍ଷୁଦ୍ରାନ୍ତ୍ରଟି ଶ୍ୱାସନଳୀ ସହ ସଂଯୁକ୍ତ ହୋଇଥିବା ଜଣା ପଡ଼ିଥିଲା । ମାତ୍ର ଏହି ଜଟିଳ ଅସ୍ତେ୍ରାପଚାର ଦ୍ୱାରା ଶିଶୁଟିର ସ୍ୱାଭାବିକ ଖାଦ୍ୟନଳୀର ଗଠନ କରାଯାଇଥିଲାବୋଲି ସମ୍ ଅଲ୍ଟିମେଟ ମେଡିକେୟାରର ଶିଶୁ ଶଲ୍ୟ ବିଭାଗର କନସଲଟାଂଟ ପ୍ରଫେସର ଡ. ଅନ୍ତର୍ଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି ।

ନବଜାତ ଶିଶୁର ଚିକିତ୍ସା କରିଥିବା ଟିମରେ  ଡ. ପ୍ରଧାନଙ୍କ ସମେତ ଶିଶୁରୋଗ ଏବଂ ନବଜାତ ଶିଶୁରୋଗ ବିଭାଗର ସିନିୟର କନସଲଟାଂଟ ଡ. ପ୍ରଦୀପ କୁମାର ଦେ ଏବଂ ଆସୋସିଏଟ କନସଲଟାଂଟ ଡ. ବିଚିତ୍ରାନନ୍ଦ ରାଉତ ସାମିଲ ହୋଇ ଏହି ଅବସ୍ଥାର ତର୍ଜମା କରିବା ସହ ତୁରନ୍ତ ଅପରେସନ କରିବାର ନିଷ୍ପତି ନେଇଥିଲେ । ନିଶ୍ଚେତକ ଟିମର  ମୁଖ୍ୟ ଡ. ଦୀପଙ୍କର ପଢ଼ିହାରୀଙ୍କର ସହଯୋଗରେ ଡ. ପ୍ରଧାନ ଶିଶୁଟିର ଅସ୍ତ୍ରୋପଚାର  କରିଥିଲେ ।

ମହାମାରୀ ସମୟରେ ସଫଳତାର ସହ ଏହି ଅସ୍ତ୍ରୋପଚାର  କରାଯାଇଥିବାବେଳେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି । 

Leave A Reply

Your email address will not be published.