ଏଣିକି ସ୍ପିଡ୍ ପୋଷ୍ଟରେ ମିଳିବ ଜମିପଟ୍ଟା

0

 

ଭୁବନେଶ୍ୱର: ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ସ୍ୱଚ୍ଛ କରିବା ସହିତ ହିତାଧିକାରୀଙ୍କୁ ସିଧାସଳଖ ବିଭିନ୍ନ ସୁବିଧା ପହଞ୍ଚାଇବା ଉଦ୍ଦେଶ୍ୟରେ ଏଣିକି ଆର୍ଓଆର୍(ଜମି ପଟ୍ଟା) ଡାକ ଦ୍ୱାରା ପଠାଯିବା ଏହି ମର୍ମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତିା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଏପରି ହେବା ଦ୍ୱାରା ହିତାଧିକାରୀମାନଙ୍କୁ ବାରମ୍ବାର ତହସିଲ ଅଫିସକୁ ଆସିବାକୁ ପଡ଼ିବ ନାହିଁ ବୋଲି

କହିଛନ୍ତିା ତହସିଲ କାର୍ଯ୍ୟାଳୟରେ ମଧ୍ୟସ୍ଥିଙ୍କ ଉପସ୍ଥିତିକୁ ବନ୍ଦ କରିବା ସହ ତ୍ୱରିତ ଜମିପଟ୍ଟା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି | ସୂଚନାଯୋଗ୍ୟ ଯେ ସ୍ପିଡ୍ ପୋଷ୍ଟ ଦ୍ୱାରା କ୍ରେତାଙ୍କ ନିକଟକୁ ଜମି ପଟ୍ଟା ପ୍ରେରଣ କରାଯିବା ଏଥିପାଇଁ ହିତାଧିକାରୀଙ୍କୁ ରେଜିଷ୍ଟରିଂ ଅଥରିଟିଙ୍କ ପାଖରେ ୪୦ ଟଙ୍କା ଦାଖଲ କରିବାକୁ ପଡ଼ିବା ଏଥିରୁ ୩୦ ଟଙ୍କା ଡାକ ଖର୍ଚ୍ଚ ଓ ୧୦ ଟଙ୍କା ଓ୍ୱାଟର ପ୍ରୁଫ୍ ଲଫାପା ବାବଦରେ ଖର୍ଚ୍ଚ ହେବା ଏଥି ପାଇଁ ଭାରତୀୟ ଡାକସେବା ଓ ରାଜସ୍ୱ ବିଭାଗ ମଧ୍ୟରେ ଖୁବ୍ ଶୀଘ୍ର ଚୁକ୍ତିନାମା ସ୍ୱାକ୍ଷରିତ ହେବ |

 

Leave A Reply

Your email address will not be published.