ଯୁକ୍ତ-୨ ବିଜ୍ଞାନକୁ ଉନ୍ନୀତ ହେଲା ଏସ୍.ଟି.ଏସ୍.ସି ବିଭାଗର ୪ଟି ହାଇସ୍କୁଲ :ଚଳିତ ବର୍ଷଠାରୁ ହେବ ନାମଲେଖା

0

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଆଉ ୪ଗୋଟି ହାଇସ୍କୁଲକୁ ଯୁକ୍ତ-୨ ବିଜ୍ଞାନ ଶ୍ରେଣୀକୁ ଉନ୍ନୀତ କରାଯାଇଛି | କୋରାପୁଟ ଜିଲ୍ଲାର ବାମୁଣିପୁଟ ଓ ଥୁରିଆ, ନବରଙ୍ଗପୁର ଜିଲ୍ଲାର କରଚାମାଳ ଓ ବେଲଗାଁରେ ଥିବା ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷଠାରୁ ନୂତନ ଭାବେ ଯୁକ୍ତ-୨ ବିଜ୍ଞାନ ଶ୍ରେଣୀରେ ନାମଲେଖା ହେବା ଏହି ୪ଟି ନୂତନ ଉନ୍ନୀତ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନେ ୬୪ଟି ଲେଖାଏଁ ଆସନରେ ଯୁକ୍ତ-୨ ବିଜ୍ଞାନରେ ନାମ ଲେଖାଇବୋ ଏହି ଉନ୍ନୀତ ବିଦ୍ୟାଳୟଗୁଡ଼ିକରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ପ୍ରାଣୀବିଜ୍ଞାନ,ଉଦ୍ଭିଦ  ବିଜ୍ଞାନ, ଓଡ଼ିଆ ଓ ଇଂରାଜୀ ଆଦି ସାତଟି ବିଷୟ ପାଇଁ ଅଧ୍ୟାପକ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛିା ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉତ୍ତମ ଭିତ୍ତିଭୂମି ସହିତ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯିବା ରାଜ୍ୟର ଅନ୍ୟ ୩୫ଟି ହାଇସ୍କୁଲଗୁଡ଼ିକରେ ଭିତ୍ତିଭୂମିର ବିକାଶ ସହିତ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ସେଗୁଡ଼ିକୁ ଅତିଶୀଘ୍ର ଅପଗ୍ରେଡ଼ କରାଯିବ ବୋଲି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ  ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି |

 

 

 

 

Leave A Reply

Your email address will not be published.