ଶହୀଦ ନଗର ଦୁର୍ଗା ପୁଜା ମଣ୍ଡପ ପରିସରରେ ” ଜୀବନ ବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ: ୧୨୮ ୟୁନିଟ ରକ୍ତ ସଂଗୃହୀତ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ସାରା ରାଜ୍ୟରେ ଦେଖାଦେଇଥିବା ରକ୍ତାଭାବକୁ ଭରଣା କରିବା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଶା  ମୋ ପରିବାର ଆନୁକୂଲ୍ୟରେ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ  ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଶହୀଦ ନଗର ଦୁର୍ଗା ପୁଜା ମଣ୍ଡପ ପରିସରରେ ” ଜୀବନ ବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦାନ ମଧ୍ୟରେ ସବୁଠାରୁ ମୂଲ୍ୟବାନ ଦାନ ରକ୍ତ ଦାନ – ଜୀବନ ଦାନ। ଏହି  ମହତ୍ କାର୍ଯ୍ୟରେ  ସେଚ୍ଛାକୃତ ଭାବେ ଅଂଶ ଗ୍ରହଣ କରିଥିବା ୨୮, ୩୦ ଓ  ୩୪  ନମ୍ବର ୱାର୍ଡ ଯୁବ ଛାତ୍ର ମହିଳା କିନ୍ନର ଏବଂ ବ୍ୟକ୍ତି ବିଶେଷଙ୍କୁ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଧନ୍ୟବାଦ୍ ଜଣାଇବା ସହ କେତୋଟି ଅମୂଲ୍ୟ ଜୀବନ ରକ୍ଷା କରିବାରେ ସେମାନଙ୍କ ସହାୟତା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ହୋଇ ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁବାସ ସିଂ, ରାଜ୍ୟସଭା ସାଂସଦ, ଶ୍ରୀଯୁକ୍ତ  ସୁଶାନ୍ତ କୁମାର ରାଉତ, ବିଧାୟକ ଭୁବନେଶ୍ୱର ଉତ୍ତର, ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ମହାକାଳପଡା, ଡକ୍ଟର ଜଗନ୍ନାଥ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଭୁବନେଶ୍ୱର ମୁନିସିପାଲ୍ କର୍ପୋରେସନ, ଶ୍ରୀ ନବ କିଶୋର ବେହେରା ଜୀବନ ବିନ୍ଦୁ ସଂଯୋଜକ ଭୁବନେଶ୍ୱର ମଧ୍ୟ,ଦିଲ୍ଲୀପ ସେନାପତି, ସାଗର ବଳବନ୍ତରାୟ, କ୍ଷୀରୋଦ ବେହେରା, ବଦ୍ରିନାରାୟଣ ମିଶ୍ର, ଦୀପକ ବେହେରା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର  ଯୋଗଦାନ  ସେଛାକୃତ ରକ୍ତଦାତା ମାନଙ୍କୁ ପ୍ରେରଣା ଯୋଗାଇଥିଲା ।

Leave A Reply

Your email address will not be published.