ହାର ମାନିଲା ବୟସ ; ୭୫ ବର୍ଷ ବୟସରେ ମାଟ୍ରିକ୍ ପାସ୍ ।

0 2

ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଶିକ୍ଷା ଆଗରେ କୌଣସି ବାଧାବିଘ୍ନ ନଥାଏ । କୌଣସି ବୟସର କଟକଣା ନଥାଏ । ଏମିତି ଶିକ୍ଷା ଯାହାକି ବୟସରେ ହିସାବ ହୋଇନଥାଏ , ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ  ।  

 ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ବ୍ଲକ୍ କୁରିଗାଁ ପଂଚାୟତ କଣ୍ଟି ଗ୍ରାମର  ସ୍ୱର୍ଣଲତା ପତି । ବୟସ ୫୭ ବର୍ଷ, ଦୁଇ ପୁଅ / ଝିଅଙ୍କୁ ନେଇ ତାଙ୍କର ସଂସାର । ସ୍ୱର୍ଣଲତା ପତି ସପ୍ତମ ଶ୍ରେଣୀ ପାସ୍ କରି ମାସିକ ଶହେ ଟଙ୍କା ଦରମାରେ ଗାଁ ସ୍କୁଲରେ ପାଚିକା ଭାବେ କାମ କରି ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରସୁଥିଲେ । ପରେ ସ୍ୱର୍ଣଲତା ୨୦୦୫ ମସିଆରେ ନିଜ ଗ୍ରାମରେ ଆଶା ଦିଦି ଚାକିରୀ ଖଣ୍ଡେ ପାଇ ବେଶ୍ ଖୁସିରେ ଥିଲେ କିନ୍ତୁ ତାଙ୍କ ପିଲା ମାନଙ୍କ ପାଇ ଏହି ଆଶା ଦିଦି କଠିନ ପରିଶ୍ରମ କରି ପିଲାମାନଙ୍କୁ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ପାଠ ପଢ଼ାଇ ଉଚ୍ଚଶିକ୍ଷିତ କରିବା ସହ ରୋଜଗାର କ୍ଷମ କରାଇବାରେ ସଫଳ ହୋଇଛନ୍ତି। 

୨୭ ବର୍ଷ ବୟସରେ ସ୍ବାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ଵର୍ଣ୍ଣଲତା ନିଜ ଉଦ୍ୟମରେ ଦୁଇ ଦୁଇଥର ଜିଲ୍ଲା ସ୍ତରୀୟ ଆଶା ଦିଦି ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ନୂଆ ନିର୍ଦେଶ ଅନୁଯାୟୀ ଯେଉଁମାନେ ମେଟ୍ରିକ୍ ପାସ୍ କରିନଥିବେ ସେମାନେ ଏହି ଚାକିରୀ ହରାଇବେ ।  ଏହା ଶୁଣିବା ପରେ ସ୍ଵର୍ଣ୍ଣଲତା ବହୁତ ଭାଙ୍ଗି ପଡ଼ିଥିଲେ ଆଉ ଚାକିରି ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାଙ୍କ ପିଲାମାନେ ତାହା ଚାହୁଁନଥିଲେ । 

ତାଙ୍କ ପୁତ୍ର ତାଙ୍କୁ ପଢିବାକୁ ବାଧ୍ୟ କରିଥିଲେ । ପରେ ସେ ରାଜି ହୋଇ 2020 ମସିହାରେ ମେଟ୍ରିକ ପରୀକ୍ଷା ଦେଇଥିଲେ କିନ୍ତୁ ଇଂରାଜୀ ପେପର୍ ରେ ଫେଲ୍ ହେଇଯାଇଥିଲେ । ଏହା ପରେବି ସେ ନିରାଶ ନହୋଇ ଆଗକୁ ମାଡି ଚାଲିଥିଲେ । ଇଚ୍ଛା ଶକ୍ତି ଆଗରେ ହାର ନମାନି ବହୁତ କଷ୍ଟରେ ପାଠ ପଢା ଜାରି ରଖିଥିଲେ । ମେଟ୍ରିକ ପରୀକ୍ଷାରେ ପାସ କରିବାକୁ ପିଲା ମାନଙ୍କ ଜିଦ ଆଗରେ ମୁଣ୍ଡ ନୂଆଇଥିଲେ । ଶେଷରେ ପୁଣି କଠିନ ପରିଶ୍ରମ କରି  ଭଦ୍ରକ ଓଡ଼ିଆ ମୁକ୍ତ ବିଦ୍ୟାଳୟରେ ଅଧ୍ୟୟନ କରି ,ଭଦ୍ରକ ବାଗୁରାଇ ସ୍କୁଲ୍ ରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେଇଥିଲେ । କରୋନା କଟକଣା ନିୟମରେ ଅନୁଷ୍ଠିତ ଏହି ମେଟ୍ରିକ ପରୀକ୍ଷା ତାଙ୍କର ଭାଗ୍ୟ ପରିବର୍ତ୍ତନ କରିଛି । ପ୍ରକାଶିତ ମେଟ୍ରିକ ପରୀକ୍ଷା ଫଳରେ ସେ ପାସ୍ କରିଥିବା ଜାଣି ଖୁସିରେ ଆତ୍ମହରା ହୋଇ ପଡିଛନ୍ତି । ତାଙ୍କର ଏପରି ଉଦ୍ୟମ ନିଜ ପରିବାର ଠାରୁ ଆରମ୍ଭ କରି ଗାଁ ଓ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

 

Leave A Reply

Your email address will not be published.