ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ପି.କ୍ରିଷ୍ଣ।ଙ୍କ ଜନ୍ମ ଦିବସରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କୃଷ୍ଠ ନିରାକରଣ କେନ୍ଦ୍ର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। 

ପୂର୍ବତନ ପାରଳା ପୌର ପରିଷଦର ଅଧ୍ୟକ୍ଷ ସ୍ବର୍ଗତ ପି. କ୍ରିଷ୍ଣାଙ୍କ ଜନ୍ମ ତିଥିରେ ବିଜେପି ଯୁବ ମୋର୍ଚ୍ଚା ଯୁବ ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ କୃଷ୍ଠ ନିରାକରଣ କେନ୍ଦ୍ରରେ ରହୁଥିବା ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ତଥା ବିଜେପି ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଳକ ଅଧ୍ୟକ୍ଷ ସି.ଏଚ୍.ସୀମାଦ୍ରୀ , ଷ୍ଟେଟ ଏକଜୁଟିଭ ମେମ୍ବର ପି.କ୍ରାନ୍ତି , କେ. ଯୁବରାଜଙ୍କ ସମେତ ଯୁବ ମୋର୍ଚ୍ଚା କର୍ମକର୍ତ୍ତା ଉପସ୍ଥିତ ଥିଲେ।

 ପାରଳା ବିଧାୟକ କେ. ନାରାୟଣ ରାଓଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ନିୟମ ଅନୁଯାୟୀ ମାସ୍କ ପିନ୍ଧି , ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.