ସଂଘର୍ଷ ଭିତରେ ସଫଳତାର ଅନ୍ୟ ନାମ ବାଳଗୋପାଳ 

0 2

ବାଳ ଗୋପାଳଙ୍କ ଉଚ୍ଚ ଶିକ୍ଷାର ସବୁଖର୍ଚ୍ଚ ବହନ କରିବାକୁ ଅନନ୍ତଙ୍କ ପ୍ରତିଶ୍ରୁତି 

ଭୁବନେଶ୍ୱର : ବାପା ସାଇକେଲରେ ଦୋକାନ ଦୋକାନ ବୁଲି ପାଉଁରୁଟି ବିକୁଥିଲେ । ନିଜେ ବସ୍ତିରେ ମୁଣ୍ଡ ଗୁଂଜୀ ବଡ଼ କଷ୍ଟରେ ଚଳୁଥିଲେ ବି  ଦଶ ବର୍ଷରୁ ମା ଛେଉଣ୍ଡ ମେଧାବୀ ପୁଅର ପାଠପଢ଼ା ପ୍ରତି ସମ୍ପୂର୍ଣ ଧ୍ୟାନ ଦେଉଥିଲେ। ବହିପତ୍ର ଯୋଗାଇବାଠାରୁ ଆରମ୍ଭ କରି ଟିଉସନ୍ ଦେବା ପର୍ଯ୍ୟନ୍ତ କେଉଁଥିରେ ଉଣା କରିନଥିଲେ ବାପା। ପୁଅ ବି  ବାପାଙ୍କ କଷ୍ଟକୁ ମର୍ମେମର୍ମେ ଅନୁଭବ କରି ପାଠପଢ଼ାରେ ମନୋନିବେଶ କରୁଥିଲା। ଶେଷରେ ଉଭୟ ବାପା ପୁଅଙ୍କ ସ୍ବପ୍ନ ସାକାର ହୋଇଛି। ପୁଅ ୯୧ ପ୍ରତିଶତ ମାର୍କ ରଖି କ୍ୟାପିଟାଲ ହାଇ ସ୍କୁଲରେ ଟପ୍ପର  ହୋଇଛନ୍ତି | 

 ନୂଆପଲ୍ଲୀ ବେହେରାସାହିରେ ରହୁଥିବା ଭଦ୍ରକର ବିଷ୍ଣୁ ଚନ୍ଦ୍ର ପଣ୍ଡା ଙ୍କ ପୁଅ ବାଳ ଗୋପାଳଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟଠୁଁ ନୂଆପଲ୍ଲୀ ବେହେରାସାହି – ସବୁଠାରୁ ମିଳୁଛି ଅଜସ୍ର ଶୁଭେଚ୍ଛା ଓ ପ୍ରଶଂସା। ବାଳଗୋପାଳ ପଣ୍ଡାଙ୍କ ଭଳି ଜଣେ ପ୍ରତିଭାବାନ ଏଵଂ ମେଧାବୀ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ବହନ କରିବାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସ୍ଵତଃପ୍ରବୃତ ଭାବେ ଅନ୍ତଃ ହୃଦୟରୁ ଘୋଷଣା କରିଛନ୍ତି ।

 

 

 

 

 

Leave A Reply

Your email address will not be published.