ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରତିନିଧି ମଣ୍ଡଳୀ ।

0 1

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ପ୍ରାୟତଃ ସବୁଦିନ ଲାଗି ରହିଥାଏ । ଖରା ଦିନରେ ନଦୀ ନାଳରେ ପାଣି ଧାର କମିଯାଏ ବା ଜଳସ୍ତର କମିଯାଏ କିନ୍ତୁ ଲୋକଙ୍କର ପାଣିର ଆବଶ୍ୟକତା ଟିକେ ବେଶୀ ରହେ, ସେଥିପାଇଁ ଲୋକଙ୍କ ଆବଶ୍ୟକତା କୁ ପୂରଣ କରିବା ପାଇଁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଥାଏ ହେଲେ ଜୁନ୍ ୧୫ ପରେ ଟ୍ୟାଙ୍କର ରେ ପାଣି ଯୋଗାଣ ବନ୍ଦ କରି ଦିଆଯାଇଥାଏ । ଏବେ ବର୍ଷା ଆରମ୍ଭ ହେଲାଣି ତଥାପି ସହରର କେତେକ ଅଞ୍ଚଳରେ ପାଣି ଯୋଗାଣ ସ୍ବାଭାବିକ ହେଇନାହିଁ । ମୁଖ୍ୟତଃ ପୁରୁଣା ବସ୍ତି,ମେହେରପଡ଼ା, କଣ୍ଟାପଡ଼ା,ରଜାପଡ଼ା ,ବଡ଼ପଡ଼ାରେ ବହୁତ୍ କମ୍ ସମୟ ପାଇଁ ଜଳ ଯୋଗାଣ ହେଉଛି । ଯାହା ଲୋକଙ୍କ ଆବଶ୍ୟକତା ଠାରୁ ବହୁତ କମ । ଲୋକଙ୍କ ଆବଶ୍ୟକ ପୂରଣ କରିବା ପାଇଁ ଆବଶ୍ୟକ ସ୍ଥଳେ ଟ୍ୟାଙ୍କରରେ ପାଣି ଯୋଗାଇବା ନିହାତି ଆବଶ୍ୟକ । ପିଇବା ପାଣି ସଂଯୋଗ ଦେବା ପାଇଁ ରାସ୍ତା ଖୋଳି ନୂତନ ପାଇପ୍ କନେକ୍ସନ୍ ଦିଆ ଯାଇଛି ଫଳରେ ଲୋକଙ୍କ ଯିବା ଆସିବାରେ ମଧ୍ୟ ଅସୁବିଧା ହେଉଛି। ସହରର ଅନେକ ସ୍ଥାନରେ ପାଣି ପାଇପ୍ ଫାଟି ଲିକ୍ ହେଉଛି ଯାହାକି ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜି ଏକ ପ୍ରତିନିଧି ମଣ୍ଡଳୀ ଜନସ୍ବସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ମଣ୍ଡଳୀରେ ପଦ୍ମପୁର ଏନଏସି ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା, ପଦ୍ମପୁର ନଗର ବିଜେପି ସଭାପତି ସୁନିଲ୍ କୁମାର୍ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର,ନଗର ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ମେହେର ସାମିଲ ଥିଲେ ।

 

 

 

 

Leave A Reply

Your email address will not be published.