ୱାର୍ଡ ୪୩ ରେ ବିଜୁ ଜନତା ଦଳର ମେଗା ରକ୍ତଦାନ ଶିବିର : ୧୬୦ ୟୁନିଟ ରକ୍ତ ସଂଗୃହୀତ

0 1

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଲଷ୍ମୀସାଗର ଡେଭଲୋପମେଣ୍ଟ  କମିଟି ସହଯୋଗରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଲଷ୍ମୀସାଗର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବେଛାକୃତ ମେଗା ରକ୍ତଦାନ ଶିବିରକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ,  ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ , ଓଡ଼ିଶା ମୋ ପରିବାରର ଅବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ ଙ୍କ ଉପସ୍ଥିତ ରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁବାସ ସିଂ ଉଦଘାଟନ କରିଥିଲେ ।

ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ତତ୍ତ୍ଵବଧାନରେ ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଲଷ୍ମୀସାଗର ଡେଭଲୋପମେଣ୍ଟ  କମିଟିର ଆବାହକ ଭରତ କୁମାର ଲେଙ୍କା ଙ୍କ ନେତୃତ୍ୱରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି।  ଏହି ଶିବିରରେ ୧୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

 ଉକ୍ତ କାର୍ଯ୍ୟକ୍ରମ ରେ  ବିଜେଡି ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ପତ୍ରୀ, ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟ ର ଅଧ୍ୟକ୍ଷ ସତୀଶ ଗଜଭିୟେ ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ମହସୁପକାର , ଶ୍ରୀ ଅମରେଶ ଜେନା,  ସମ୍ପାଦିକା ମୀରା ପରିଡା ,ଯୁଗ୍ମ ସମ୍ପାଦକ ଶ୍ରୀ ଜ୍ୟୋତିରଞ୍ଜନ ଜେନା , ବିଜେଡି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ରବୀନ୍ଦ୍ର ନାଥ ଛୋଟରାୟ, ଉପସଭାପତି ଶ୍ରୀ ଶ୍ରୀଧର ଜେନା , ସମ୍ପାଦକ ଶ୍ରୀ ବଦ୍ରି ନାରାୟଣ ମିଶ୍ର ,  ଶ୍ରୀ ଦିଲୀପ ଜେନା ,

ଯୁବବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମଳୟ ରଞ୍ଜନ ପତି , ପୂର୍ବତନ କର୍ପୋରେଟର ନବ କିଶୋର ବେହେରା, ସମାଜସେବି ଶ୍ରୀ ଅକ୍ଷୟ ପ୍ରସାଦ ବେହେରା, ଶ୍ରୀମତୀ ସଂଯୁକ୍ତା ମଲ୍ଲିକ , ସ୍ଥାନୀୟ ବରିଷ୍ଠ ନେତା ଶ୍ରୀ ଉପେନ୍ଦ୍ର ସାମନ୍ତରାୟ , ଶ୍ରୀ ନରେନ୍ଦ୍ର ସାହୁ, ଶ୍ରୀ ଶ୍ରୀନିବାସ ରାଉତ, ଶ୍ରୀ ପ୍ରମୋଦ ନାୟକ, ଶ୍ରୀ ଯୋଗେନ୍ଦ୍ର ବେହେରା, ଶ୍ରୀ ପ୍ରତାପ ଜେନା, ଶ୍ରୀ କ୍ଷେତ୍ର ମୋହନ ସ୍ୱାଇଁ ,

ଯୁବ ନେତା ଶ୍ରୀ ଦୀପକ କୁମାର ପରିଡା, ଶ୍ରୀ ଆଲୋକ କୁମାର ଭଟ୍ଟ, ରାଜକିଶୋର ସାହୁ , ରଞ୍ଜିତ ରାଉତ , ହେମନ୍ତ କୁମାର ସାହୁ , ଚିତ ରଞ୍ଜନ ଲେଙ୍କା, ସୁମନ୍ତ ସ୍ୱାଇଁ , ଅଜୟ ଲେଙ୍କା , ବୁବୁନ ରାଉତ , ରଞ୍ଜନ ନାୟକ ଓ ଆବୁଆ ରାଉତ ପ୍ରମୁଖ ଯୋଗ ଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏଭଳି ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଏହି ଆୟୋଜନର ପ୍ରମୁଖ ଭୂମିକା ନେଇଥିବା ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ତଥା ଲଷ୍ମୀସାଗର ଡେଭଲପମେଣ୍ଟ କମିଟିର ଆବାହକ ଭରତ କୁମାର ଲେଙ୍କା ସମସ୍ତ ରକ୍ତଦାତା ତଥା ସହଯୋଗ କରିଥିବା ସମସ୍ତ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.