କରୋନା କାଳରେ ସାମ୍ବାଦିକଙ୍କୁ ସହଯୋଗର ହାତ ବଢ଼ାଇଲେ କଂଗ୍ରେସ ନେତା ପ୍ରତାପ ପ୍ରଧାନ 

0 2

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ତରଫରୁ ଘୁ.ଉଦୟଗିରି କଂଗ୍ରେସ କର୍ମକର୍ତ୍ତା ସାମ୍ବାଦିକଙ୍କୁ ସୁଖା ଖାଦ୍ୟ ସମେତ ସାନିଟାଇଜର, ସାବୁନ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି I ସାମ୍ବାଦିକ ଗଗନ କୁମାର ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ କରୋନା କିଟ ପ୍ରଦାନ କରିଥିବା ସହୃଦୟ ବ୍ୟକ୍ତି ଏବଂ ଘୁ.ଉଦୟଗିରି କଂଗ୍ରେସ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ ଥିଲେ I କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡ଼ିରେ ରହି କାମ କରୁଛନ୍ତି I ତେଣୁ ଏହା ଆମର ସହଯୋଗର ଛୋଟିଆ ପ୍ରୟାସ ବୋଲି କଂଗ୍ରେସ ନେତା ପ୍ରତାପ ପ୍ରଧାନ ମତବ୍ୟକ୍ତ କରିଛନ୍ତି I ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ନେତାଙ୍କ ତରଫରୁ ସହଯୋଗର ହାତ ବଢ଼ାଇ ଥିବାରୁ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେଵନାଥ ଦଳବେହେରା,ସାମ୍ବାଦିକ ପ୍ରଶନ କୁମାର ମିଶ୍ର, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ଅନୀଲ ଦଳବେହେରା, ସାମ୍ବାଦିକ ଚନ୍ଦ୍ର ଶେଖର ପାଢ଼ୀ, ସାମ୍ବାଦିକ ଗୁପ୍ତେଶ୍ଵର ପ୍ରଧାନ, ସାମ୍ବାଦିକ ଲିଲିମା ରାଓ ଏବଂ ସାମ୍ବାଦିକ ତପସ୍ୱିନୀ ମଲିକ ପ୍ରମୁଖ କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ସମେତ ଘୁ.ଉଦୟଗିରି କଂଗ୍ରେସର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇ ଛନ୍ତି I ଘୁ.ଉଦୟଗିରି କଂଗ୍ରେସର ଏହି ମହତ ପଦକ୍ଷେପକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି I 

Leave A Reply

Your email address will not be published.