ପଦ୍ମପୁର:-ଓଡିଶା ରାଜ୍ୟରୁ ମହାମାରୀ କରୋନାକୁ ବିଲୁପ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାନୁସାରେ ଗାଁ ମାନଙ୍କରେ ଗଢ଼ିଉଠିଥିବା ଗାଁ କଲ୍ୟାଣ ସମିତି ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜୋରସୋର ଚାଲିଛି lଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେରେ ଯାଉଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ବୁକୁରାମୁଣ୍ଡାରେ ନିୟୋଜିତ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ଙ୍କ ତତ୍ବାବଧାନରେ ଲହଙ୍ଗୀର ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ବିରାଟ ସଚେତନତା ରାଲି ର ଆୟୋଜନ କରାଯାଇଥିଲା l ଅତିଥିଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଳକ ପ୍ରୋଗ୍ରାମିଙ୍ଗ ଅଫିସର ରେବତୀ ମୋହନ ଜେନା, ପି.ଏଚ.ଇ.ଓ ତୁଷକୁମାର ଚନ୍ଦ୍ରକାର ଏବଂ ପାଇକମାଳ ବ୍ଳକର ବରିଷ୍ଠ ସାମ୍ବାଦିକ ସୁରଥ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ ପରେ ଗାଁ ର ଗାଁ କଲ୍ୟାଣ ସମିତି ର ସଭ୍ୟ ସଭ୍ୟା, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ନେଇ ସଚେତନତା ରାଲି ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ବାହାରି ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ମେଗା ଫୋନ ଜରିଆରେ ଶୁଣାଇଥିଲେ lଶେଷରେ ଗାଁ ରେ କାର୍ଯ୍ୟରତ ଆଶାକର୍ମୀ ଶ୍ରୀମତୀ ବିଳାସିନୀ ପାତ୍ର ରାଲି ପରେ ମାଆ ମାନଙ୍କୁ ହାତ ଧୂଆ ର ବିଭିନ୍ନପଦ୍ଧତି କେମିତି କରିବେ ତାହା ସର୍ବ ସମ୍ମୁଖରେ ପ୍ରଦର୍ଶନ କରିଥିଲେ lସରକାର ଙ୍କ ପକ୍ଷରୁ ଦିଆଯାଉଥିବା କରୋନା ପ୍ରତିଷେଧକ ଟୀକା ସମସ୍ତେ ନେବାକୁ ଶ୍ରୀମତୀ ଦାଶ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ lଶେଷରେ ଅତିଥି ଗଣ ଜନସାଧାରଣ ଙ୍କୁ ମାସ୍କ ସଦାସର୍ବଦା ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ମାଗଣା ରେ ମାସ୍କ ବଣ୍ଟନ କରାଯାଇଥିଲା l ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଅଁଏଲାବତୀ ପ୍ରଧାନ, ଧରିତ୍ରୀ ଦେବୀ ସାହୁ, ସହାୟିକା ସବିତା ବାରିକ, ଯମୁନା ବାଗ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.