ଭଦ୍ରକରେ ହେବ ନୂତନ ଇଣ୍ଡୋର ଷ୍ଟାଡିୟମ ; ୫-ଟି ସଚିବଙ୍କ ପାଖରେ ଦାବି ରଖିଲେ ଭଦ୍ରକ ବିଧାୟକ ।

0 2

ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ): ଭଦ୍ରକ ଜିଲ୍ଲାରେ ଏକ ଇନଡୋର ଷ୍ଟାଡିୟମର ଆବଶ୍ୟକତାକୁ ନେଇ ଦୀର୍ଘଦିନ ହେବ ଦାବି ହେଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିକଟରେ ଦାବୀ କରିଛନ୍ତି  ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। 

ଆଜି  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ 5T ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ବିଧାୟକ , ବହୁ ବୁଦ୍ଧିଜୀବୀ, ଜିଲ୍ଲାର ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍ ମାନେ ଉପସ୍ଥିତ ଥିଲେ। ତେବେ ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ଥିବା ବିଭିନ୍ନ ଭିତ୍ତିଭୂମି ଓ ଏହାର ବିକାଶ ଦିଗରେ ମୁଖ୍ୟତଃ ଆଲୋଚନା କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାରୁ ଅନେକ ଖେଳାଳି ଭିତ୍ତିଭୂମିର ଅଭାବ ଯୋଗୁଁ ନିଜର ପ୍ରତିଭା ଦେଖାଇବାରେ ସୁଯୋଗ ପାଉନଥିଲେ । ତେଣୁ ଜିଲ୍ଲାରେ ଏକ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ। ଏନେଇ ତ୍ୱରିତ ପଦକ୍ଷେପ ସରକାର ଗ୍ରହଣ କରିବା ନେଇ ପ୍ରୟାସ ଆରମ୍ଭ କରାଯିବ ବୋଲି 5T ସଚିବ ଶ୍ରୀ ପାଣ୍ଡିଆନ  ଆଶ୍ୱସନା ଦେଇଥିବା କହିଛନ୍ତି ବୋଲି ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ।

Leave A Reply

Your email address will not be published.