ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ଦେବସ୍ନାନ ଯାତ୍ରା 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ତିନି ଠାକୁରଙ୍କ ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି ।  କୋଭିଡ୍ କଟକଣା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୬.୦୦ଘଣ୍ଟା ସମୟ ଠାରୁ ରାତ୍ର ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପ ଠାରେ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଏବଂ ପୋଲିସ ଜଗି ରହିଥିବା ଯୋଗୁଁ ସ୍ନାନ ମଣ୍ଡପକୁ କୌଣସି ଭକ୍ତଙ୍କ ଆସିବା ବାରଣ ହୋଇଥିଲା । ବିନା ଭକ୍ତରେ ଠାକୁରଙ୍କ ସ୍ନାନଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସେବାୟତ ମାନେ ଶ୍ରୀମନ୍ଦିରରେ ଠାକୁରଙ୍କ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିବା ପରେ ସ୍ନାନ ମଣ୍ଡପକୁ ଧାଡି ପହଣ୍ଡିରେ ଠାକୁର ମାନଙ୍କ ବିଜେ ହୋଇଥିଲା ।

 ସ୍ନାନ ମଣ୍ଡପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା କରାଯିବା ପରେ ପଇଡ଼ ପାଣି , ଗଙ୍ଗା ପାଣିରେ ତିନି ଠାକୁରଙ୍କୁ  ସ୍ନାନ କରି ଚନ୍ଦନ ଲେପନ କରାଯାଇଥିଲା। ପରେ ଠାକୁର ମାନଙ୍କୁ ହାତୀ ତଥା ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସଂଗ୍ରାମ  କେଶରୀ ପଣ୍ଡା , ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ , ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ , ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଉପସ୍ଥିତ ଥିଲେ। ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇ ଥିବା ବେଳେ ବେଳେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ଭାବରେ ସମାପନ ହୋଇଥିଲା।

Leave A Reply

Your email address will not be published.