ଯୁବ କଂଗ୍ରେସ କର୍ମୀ ସ୍ୱର୍ଗୀୟ ଗୌତମ ପଣ୍ଡାଙ୍କ ସ୍ମୃତିରେ ରକ୍ତ ଦାନ ଶିବିର : ୩୨ ୟୁନିଟ୍ ରକ୍ତ ସଂଗୃହୀତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଯୁବ କଂଗ୍ରେସ କର୍ମୀ ସ୍ୱର୍ଗୀୟ ଗୌତମପଣ୍ଡା (ବାପି)ଙ୍କ ସ୍ମୃତିରେ ଯୁବ କଂଗ୍ରେସ କମିଟି ପକ୍ଷରୁ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ପୂର୍ବତନ ପାରଳା ବିଧାୟକ ସ୍ବର୍ଗୀୟ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ଅନୁଷ୍ଠିତ ହୋଇ ଥିବା ରକ୍ତଦାନ ଶିବିରକୁ ରିବନ କାଟି ଶୁଭ ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ସର୍ବମୋଟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। 

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା , ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , ପୂର୍ବତନ ପୌର ପରିଷଦ ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ , ସଂଗ୍ରାମ ସାହୁଙ୍କ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। 

ଏହି ଭଳି ରକ୍ତଦାନ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଆଗାମୀ ଦିନରେ ମୋହନା ବ୍ଳକ ସମେତ ବିଭିନ୍ନ ବ୍ଳକସ୍ତରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଲେବ୍ରୋଟେରୀ ଟେକ୍ନିକାଲ ଖଗେଶ୍ବର ବେହେରା , ରକ୍ତ ଭଣ୍ଡାର ଅଧିକାରୀ ଡକ୍ଟର ଏନ୍. ରବିବାବୁ , ଲେବ୍ରୋଟାରୀ  ଟେକ୍ନିକାଲ ଏ.କୁସୁମା , ଡି.ବାବୁଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.