ରୟତ କଲୋନୀ ବାସିନ୍ଦା ଭାସ୍କର ସାହୁଙ୍କ ପରିବାରକୁ ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ରାସନ ସାମଗ୍ରୀ ପ୍ରଦାନ।

0 2

ରାୟଗଡା/ ସରୋଜ କୁମାର ସାହୁ : ଆଜି ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଦେବାଶିଷ ଖଡଙ୍ଗାଙ୍କ ନେତୃତ୍ୱରେ ରାୟଗଡ଼ ସଦର ମହକୁମା ସ୍ଥିତ ରୟତ କଲୋନୀ ନିବାସୀ ଶ୍ରୀ ଭାସ୍କର ସାହୁଙ୍କ ପରିବାରକୁ ମାସିକ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ସୂଚନା ଥାଉ କି, କିଛି ବର୍ଷ ପୂର୍ବେ ନିଜର ଦୁଇ ପୁତ୍ର ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ୭୦ ବର୍ଷୀୟ ଭାସ୍କର ସାହୁ, କରୋନା ଯୋଗୁଁ ନିଜ ଘରର ମେରୁଦଣ୍ଡ ଥିବା ଅନ୍ୟ ଜଣେ ପୁତ୍ର ଶ୍ରୀ ମୃତ୍ୟୁଞ୍ଜୟ ସାହୁଙ୍କୁ ହରାଇଛନ୍ତି। ବର୍ତ୍ତମାନ, ତାଙ୍କର ସ୍ତ୍ରୀ ଏବଂ ବୋହୂ ଙ୍କ ସହ ଦୁଇ ସନ୍ତାନ ମଧ୍ୟ ଏକା ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ରାୟଗଡା ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ତାଙ୍କ ପରିବାରକୁ ସାହାଯ୍ୟ କରିବା ସ୍ୱରୂପ ରାସନ ସାମଗ୍ରୀ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଅନ୍ୟାନ୍ୟ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବାର ପ୍ରତିଶ୍ରୁତି ଦିଆଯାଇଛି।ଜିଲ୍ଲା ଯୁବ ସଭାପତି ସଗ୍ରୀ ଦେବାଶିଷ ଖଡଙ୍ଗାଙ୍କ ସମେତ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଶ୍ରୀ ପି.ସାଇ ପ୍ରସାଦ, ଶ୍ରୀ ଦିଲ୍ଲୀପ ସାହୁ, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀ ଅଭିଜିତ ପଟ୍ଟନାୟକ, ଯୁବନେତା ଶ୍ରୀ ବାଲାକୃଷ୍ଣ ପଟ୍ଟନାୟକ ପ୍ରମୁଖ ଏହି ପରିପ୍ରେକ୍ଷୀରେ ଶୋକ ସନ୍ତପ୍ତ ପରିବାରକୁ ସହଯୋଗ କରିବା ସହ ସାନ୍ତ୍ବନା ଦେଇଥିଲେ।

Leave A Reply

Your email address will not be published.