ରାୟଗଡ଼ ଜିଲ୍ଲା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ବୈଠକ

0 2

ରାୟଗଡ଼ /ସରୋଜ କୁମାର ସାହୁ :  ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ବୈଠକ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂଙ୍କ ନେତୃତ୍ୱରେ କୋଭିଡ-୧୯ ର ସମସ୍ତ ନିୟମକୁ ମାନି ରାୟଗଡ଼ା ସ୍ଥିତ ଠକ୍କର ବାପା ଆଶ୍ରମରେ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ  ଶ୍ରୀ ଯୋଗେଶ୍ୱର ଦାସ  ଯୋଗ ଦେଇ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ଆଶା କର୍ମୀ ମାନଙ୍କ ପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ପ୍ରକାରେ ହଇରାଣ ହରକତ କରି ବିଭିନ୍ନ ପ୍ରକାରେ ଭୟଭୀତ କରାଯାଉଛି ତାକୁ ଦୃଢ  ନିନ୍ଦା ଏବଂ ବିରୋଧ କରିବା ସହ  ସମସ୍ତ ଆଶା କର୍ମୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ବୀମାଭୁକ୍ତ କରିବା , ସରକାର ଘୋଷଣା କରିଥିବା ଅନୁଯାଇ କରୋନା କାର୍ଯ୍ୟରେ ମୃତ୍ୟୁବରଣ କରିଥିବା ଆଶା କର୍ମୀ ମାନଙ୍କୁ ତୁରନ୍ତ ୫୦ ଲକ୍ଷ୍ୟ ଟଙ୍କା ସହାୟତା ରାଶି  ପ୍ରଦାନ କରିବା ଓ ସମସ୍ତ ଆଶା କର୍ମୀମାନଙ୍କୁ  ଆଧୁନିକ ମୋବାଇଲ ପ୍ରଦାନ କରିବା, ବ୍ଳକରେ ଥିବା ବିଏଏମ , ବିପିଏମ, ଏଏନଏମ ମାନେ ଅଯଥାରେ ଧମକ ଦେବା ବନ୍ଦ କରିବା, ମାସିକ ପାରିଶ୍ରମିକ ୩୫୦୦ ଟଙ୍କା ପ୍ରତି ମାସ ୧ ତାରିଖରୁ  ୧୦ ତାରିଖ ମଧ୍ୟରେ ପ୍ରଦାନ କରାଯିବା, କୋଭିଡ ସମୟରେ କାର୍ଯ୍ୟରତ ଆଶା କର୍ମୀମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ଟଙ୍କା ୫୦୦୦/- ଟଙ୍କା ପ୍ରଦାନ କରାଯିବା, ଜିଲ୍ଲାରେ ଅକ୍ସିମିଟର ଏବଂ ଥରମୋମିଟର  ଦେଇ କିଣିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ବାଧ୍ୟ କରିବା ସହ ଶ୍ରମିକ ସଂଘକୁ ବିରୋଧ କରୁଥିବା ତୁରନ୍ତ ବନ୍ଦ କରିବା ପାଇଁ ଆଲୋଚନା କରାଯାଇଥିଲା  । ଏଥିପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ପ୍ରକାଶ କରିଥିଲେ, ଉକ୍ତ  କାର୍ଯ୍ୟକ୍ରମକୁ  ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପ- ସଭାପତି ଶ୍ରୀ ମହନ ରାଓ ମାଝୀ, ଆଶା ସାଥୀ ସଂଘର ଜିଲ୍ଲା ସଂପାଦିକା ମନୋରମା ବେନିୟା ,  ଆଶା ସଂଘର ଶ୍ରୀମତୀ ପଦ୍ମା ସେନାପତି , ବାସନ୍ତୀ ରତନାଲୁ , ଭାରତୀ ମେଲେକା , ସ୍ମିତା କଣ୍ଡାଗରି , କୃଷି ଗ୍ରାମୀଣ ମଜଦୁର ସଂଘର ଜିଲ୍ଲା ସଭାପତି ଶ୍ରୀ ପ୍ରଳୟ ସାହୁ,  ସଂପାଦକ ରବୀ ନାରାୟଣ ଗୈାଡ , ଭାଗ୍ୟଶ୍ରୀ ନାୟକ ପରିଚାଳନା କରୁଥିଲେ ।

Leave A Reply

Your email address will not be published.