ପଦ୍ମପୁର:-ସାରା ପୃଥିବୀ କୁ ମହାମାରୀ କରୋନା ଗ୍ରାମ କରିସାରିଛି lଏ ଭଳି ସ୍ଥିତିରେ ବିଭିନ୍ନ ସରକାରୀ ବେସରକାରୀ ଡାକ୍ତରଖାନା ମାନଙ୍କରେ ରୋଗୀଙ୍କ ପାଇଁ ରକ୍ତଭାବ ନ ହେବାପାଇଁ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ପ୍ରତକ୍ଷ ତତ୍ୱବାଧାନରେ ମହିଳା ବିଜୁ ଜନତା ଦଳ ପଦ୍ମପୁର ପକ୍ଷରୁ ପ୍ରଥମ ଥର ପାଇଁ ଏକ ସ୍ୱେଚ୍ଛାକୃତ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ର ଭେଉଁରିଆ ଗ୍ରାମ ଠାରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଭେଉଁରିଆ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଜନୀ ସାହୁ,ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ନୀଳକୁମାରୀ ନାୟକ, ଯୁବନେତା ଭୋଜରାଜ ସିଂ ବରିହା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମହିଳା ମାନଙ୍କର ଦ୍ୱାରା ପ୍ରଥମ ଥରପାଇଁ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୯ ୟୁନିଟ ରକ୍ତ ସଂଗୃହୀତ ହୋଇଛି lଆଗକୁ ଏଇ ପ୍ରୟାସ ଜାରି ରଖିବ ବୋଲି ମହିଳା ବିଜୁ ଜନତାଦଳ ର କର୍ମୀ ମାନେ ପ୍ରକାଶ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ମହାନ୍ତି,ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନାରୀନେତ୍ରୀ ଭାରତୀ ପଟ୍ଟନାୟକ,ମନୋରମା ମହାପାତ୍ର ପ୍ରମୁଖ ଉପସ୍ଥିତି ରେ ପଦ୍ମପୁର ରକ୍ତଭଣ୍ଡାର ର କର୍ମଚାରୀ ସଂଗ୍ରାମ କେଶରୀ ମହନ୍ତ ଏବଂ ଦୀପକ ରକ୍ତ ସଂଗ୍ରହ କରିଥିଲେ l ଏହି ଅବସରରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସ୍ୱତନ୍ତ୍ର ଭାବରେ ସମସ୍ତ ମହିଳା ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆୟୋଜକ ମାନଙ୍କରଏହି ସଫଳ ପ୍ରୟାସ ପାଇଁ । ପ୍ରଶଂସା କରିଥିଲେ । ମାଁ ଓ ଭଉଣୀ ମାନେ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ସ୍ବେଚ୍ଛାକୃତ ଭାବରେ ଆଗେଇ ଆସି ସମାଜର ମଙ୍ଗଳ ପାଇଁ ରକ୍ତଦାନ କରିଥିବା ନିଶ୍ଚିତ ଭାବରେ ଅତି ପ୍ରଶଂସନୀୟ ବୋଲି ମାନ୍ୟବର ମନ୍ତ୍ରୀ କହିବା ସହିତ ଆଗାମୀ ଦିନରେ ଏହିଭଳି ଆହୁରି ଶିବିର ଆୟୋଜନ କରାଯିବ ବୋଲି ମାନ୍ୟନର ମନ୍ତ୍ରୀ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.