ରିନବଚନ ଓ ବିରମୁଣ୍ଡାର  ଦୁଇଟି ରାସ୍ତା ଉଦ୍ଘାଟନ ଓ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

0 1

ସବୁ ଗାଁକୁ ରାସ୍ତା ଓ ପାନୀୟ ଜଳକୁ ନିଶ୍ଚିତ କରାଯିବ-ନରସିଂହ

ବଲାଙ୍ଗିର/ନିରୋଜ ମିଶ୍ର- ବଲାଙ୍ଗିର ବ୍ଲକ ସ୍ଥିତ ମାଧିଆପାଲି ପଞ୍ଚାୟତର ରିନବଚନ ଓ ବିରମୁଣ୍ଡା ଠାରେ ଦୁଇଟି ଗ୍ରାମ୍ୟ ରାସ୍ତାର ଉଦ୍ଘାଟନ ହୋଇଯାଇଛି । ରୁରାଲ ୱାର୍କ୍ସ ଡିଭିଜନ ଦ୍ୱାରା ନିର୍ମିତ ଏହି ରାସ୍ତା ଯଥାକ୍ରମେ ୨୨ ଲକ୍ଷ ଓ ୨୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ରିନ୍ବଚନ ରାସ୍ତାଟି ୮୬୦ମିଟର ଲମ୍ବ ହୋଇଥିବା ସ୍ଥଳେ ବିରମୁଣ୍ଡା ରାସ୍ତା ୧କିମି ୨୦୦ ମିଟର ଅଛି । ଏହା ସାଙ୍ଗେ ଶ୍ରୀ ମିଶ୍ର ନିଜ ନିର୍ବାଚନୀ ପ୍ରତିଶୃତି ମୁତାବକ ପ୍ରତ୍ୟେକ ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବା କାର୍ଯ୍ୟକ୍ରମ ଅନୁସାରେ ବିରମୁଣ୍ଡା ଗ୍ରାମ ପାଇଁ ୧କୋଟି ୧୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ପିଇବା ପାଣି ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ଦେଇଛନ୍ତି । ଜଳ ଜିବିକା ମିଶନ ଯୋଜନା ଅନ୍ତର୍ଗତ ବିରମୁଣ୍ଡା ଗ୍ରାମର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ । ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ଗ୍ରାମବାସୀମାନେ ଏକ ସ୍କୁଲ ଗୃହ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ମିଶ୍ର ୨ବର୍ଷରୁ ଉଦ୍ଧ୍ୱର୍ ହେବ ଏକ ନୂତନ ସ୍କୁଲ ଗୃହ ନିର୍ମାଣ ପାଇଁ ଚେଷ୍ଟା ଜାରିରଖିଛନ୍ତି, ଏହା ଭିତରେ ଦେଢବର୍ଷ ହେବ କରୋନା ମହାମାରି ଯୋଗୁଁ ସ୍କୁଲ ଗୃହ ନିର୍ମାଣ ଉପରେ ବାଧା ଉପୁଜୁଛି । ଗ୍ରାମବାସୀଙ୍କ କହିବା ମୁତାବକ ଗାଁରେ ଥିବା ନିର୍ବିବାଦିୟ ଜାଗା ମିଳିଲେ ସ୍କୁଲ ଗୃହ ତିଆରି ପାଇଁ ରାସ୍ତା ଖୋଲିଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ରିନବଚନ ସଭାରେ ବ୍ଲକ ତରଫରୁ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମାନକୁ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏ ସବୁର ଏକ ବିଧିବଦ୍ଧ ତଦନ୍ତ କରାଯିବ ବୋଲି ଉପସ୍ଥିତ ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଆଜିର ଏହି ଭିତ୍ତିପ୍ରସ୍ତର ତଥା ଉଦ୍ଘାଟନି ସଭାମାନଙ୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଣ ବିଭାଗର ଅଧିକ୍ଷଣ ଯନ୍ତ୍ରଣ ବିପିନ ବିହାରୀ ଦାଶ, ସହାୟକ ନିର୍ବାହୀଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର, କନିଷ୍ଠ  ଯନ୍ତ୍ରୀ ଅଶୋକ ଭୁୟା, ରୁରାଲ ୱାର୍କ୍ସ ଡିଭିଜନର ସହାୟକ ଯନ୍ତ୍ରୀ ବିରେନ୍ଦ୍ର କୁମାର ତ୍ରିପାଠି, ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ଯୁବନେତା ଅଜୟ ବାଲି, ସରପଞ୍ଚ ଦିଲିପ ବିଶ୍ୱାଲ, କମଲ ନନ୍ଦ, ବିଭୁତି ସାହୁ, ରାଧେଶ୍ୟାମ ନାଏକ, ଲବ ବାଗ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.