ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ବୁଗୁଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି। ଗଞ୍ଜାମ ଜିଲ୍ଲାର କଂଗ୍ରେସ ସଭାପତି ଦାୟିତ୍ୱ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଗ୍ରହଣ କରିବା ପରେ ବୁଗୁଡା ବ୍ଲକ କଂଗ୍ରେସ ସକ୍ରିୟ ହେବା ଆରମ୍ଭ କରିଛି। ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ଅନୁମୋଦନ କ୍ରମେ ଓଡିଶା ପିସିସି ବୁଗୁଡା ବ୍ଲକ କଂଗ୍ରେସ ସଭାପତି ଭାବେ ଶଙ୍କର୍ଷଣ ବେହେରା ଓ ନଗର ସଭାପତି ଭାବେ ଦୁର୍ଗା ମାଧବ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରିବାପରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରାଯାଇଛି। କଂଗ୍ରେସ ପକ୍ଷରୁ ଜୁନ ୧୯ ତାରିଖ ଦିନ ଭାଗବାନପୁର ଗ୍ରାମ ପଞ୍ଚାୟତର କାନସାରଳା ଗ୍ରାମରେ ଜନସାଧାରଣଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ଓ ନଗର କଂଗ୍ରେସ ସଭାପତିଙ୍କ ସମେତ ଜାନକୀବଲ୍ଲଭ ରାଉତ, ନିଗମାନନ୍ଦ ବାରିକ, ସୁଜିତ କୁମାର ସ୍ୱାଇଁ, ଗନ୍ଧର୍ବ ସେଠୀ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post