ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ବାରା କିନ୍ନରଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଶନିବାର ଦିନ ବିଜେପି କାର୍ଯ୍ୟଳୟ ପରିସରରେ କିନ୍ନର ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରିଛନ୍ତି।

 ବର୍ତ୍ତମାନ ମହାମାରୀ ସମୟରେ ତୃତୀୟ ଲିଙ୍ଗ ବା କିନ୍ନର ମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ସେମାନଙ୍କ ସାଧାରଣ ଜୀବନ ଯାପନରେ କିଛି ସାହାଯ୍ୟ କରିବା ପାଇଁ ବିଧାୟକ ପାରଳାଖେମୁଣ୍ଡିରେ ଥିବା ପ୍ରାୟ ୧୫ ଜଣ କିନ୍ନର ପ୍ରତ୍ୟେକଙ୍କୁ ୨୫ କେଜି ଚାଉଳ ସହ ଆଳୁ ପିଆଜ ଡାଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦେଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା , ମହିଳା ନେତ୍ରୀ ପି. ଲତା , ବରିଷ୍ଠ ବିଜେପି ନେତା ବିଭୂତି ଭୂଷଣ ବେହେରା , ଜମିଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 ସେହିପରି କିନ୍ନର ସଂଘ ପକ୍ଷରୁ ସଭାପତି ମଧୁ କିନ୍ନର , ସମ୍ପାଦକ ଅବଦୁଲ କିନ୍ନର ଓ ଅନ୍ୟାନ୍ୟ ପ୍ରାୟ ୧୫ କିନ୍ନର ଉପସ୍ଥିତ ରହି ସାମଗ୍ରୀ ଗ୍ରହଣ କରିଥିଲେ ଓ ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ।

Leave A Reply

Your email address will not be published.