ଦୁର୍ଦ୍ଦିନରେ କୌଳିକ ବୃତ୍ତି, ଦୈନ୍ୟତା ଭିତରେ ଜୀବନ କାଟୁଛନ୍ତି ହସ୍ତଶିଳ୍ପ କାରିଗର

0 1

ଗୁଣୁପୁର : (ସୁବ୍ରତ କୁମାର ପଣ୍ଡା)-କୋରନା ଛଡାଇ ନେଇଛି ଜୀବନ ଜୀବିକା। ଭୋକ ଉପାସରେ ଦିନ କଟାଉଛନ୍ତି ହସ୍ତ ଶିଳ୍ପ କାରିଗର। ନା ମିଳୁଛି ପ୍ରଚ୍ଛାହନ ନା ମିଳୁଛି ଅନୁଦାନ ଯାହାକୁ ନେଇ  ଦୁର୍ନୀନ ରେ କାଟାଉଛନ୍ତି ଜୀବନ । ବଢି ଚାଲିଛି ଲକଡାଉନ ନିରବି   ଯାଇଛି ହସ୍ତଶିଳ୍ପ। ଅଟକିଯାଇଛି ହାତ। ବାଉଁଶକୁ ଚିରି କଠିନ ଶ୍ରମ କରି ପ୍ରସ୍ତୁତ କରିଥାନ୍ତି ନୂଆ ନୂଆ ଘରକରଣ ଜିନିଷ। ଵର୍ତମାନ ଆଧୁନିକ ଯୁଗ ଭିତରେ ହଜି ଯାଇନିକି କମିଯାଇନି ଗାଁ ଠୁ ଆରମ୍ଭ କରିସହରରେ ରହିଛି ବାଉଁଶ ଏବଂ ମାଟି ରେ ପ୍ରସ୍ତୁତି ସାମଗ୍ରୀ। ମହାମାରୀ କରୋନା ଯୋଗୁଁ ଚାହିଦା ପ୍ରଭାବିତ ହୋଇଛି।ହସ୍ତ ଶିଳ୍ପ କାରିଗର ଏବେ ନିଜର କୌଳିକ ବୃତି ହରାଇ ହତାସ ମଧ୍ୟରେ ଜୀବନ କାଟୁଛନ୍ତି। କରୋନା ର ପ୍ରଭାବ ଯୋଗୁଁ ସାରାଦେଶ ଏବେ ପ୍ରଭାବିତ।ଆଉ ପ୍ରଭାବିତ ହେଉଛି ଏମାନଙ୍କ ଜୀବିକା।ଆଧୁନିକ ଯୁଗରେ ବାଉଁଶର ଚାହୀଦା କମି କମି ଯାଉଥିବା ବେଳେ। ବୋଝ ଉପରେ ନଳିତା ବିଡା ସଦୃଶ୍ୟ ସାଜିଲା କରୋନା। ଲକଡାଉନ ଯୋଗୁଁ ହାଟ ବଜାର ବନ୍ଦ ରହୁଥିବାବେଳେ ଗାଁ କୁ ଯାଇ ବିକ୍ରି କରିବା ଅସମ୍ଭବ ହୋଇପଡୁଛି । ବ୍ରତଘର ସାଙ୍ଗକୁ ପର୍ବ ପର୍ବାଣୀ, ଜାନୀ ଯାତ୍ରା ଲକଡାଉନ ଯୋଗୁଁ ଏସବୁ ବନ୍ଦ। କୌଳିକ ବୃତିରେ ଯେପରି ଲାଗିଯାଇଛି ଗ୍ରହଣ ଏଭଳି ପରିସ୍ଥିତିରେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଥିବା ଏହି ହସ୍ତ ଶିଳ୍ପ କାରିଗର ଆଜି କରୋନା ଯୁଦ୍ଧରେ ଭାଙ୍ଗି ପଡିଛନ୍ତି ଏଣୁ ପରିବାର ଗୁଡିକୁ ସରକାର ଙ୍କ ପକ୍ଷରୁ ସତନ୍ତ୍ର ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି | 

Leave A Reply

Your email address will not be published.