ଝାରଖଣ୍ଡ ପୁଲିସର ଚଢ଼ାଉ,ଦେଶୀ ବନ୍ଧୁକ ସହିତ ଦୁଇ ଡକାୟତ ଗିରଫ

0 2

ବାରିପଦା/ରାଇରଙ୍ଗପୁର-(ଦିଲ୍ଲୀପ ମହାନ୍ତି): ମୟୂରଭଞ୍ଜ ଜିଲ୍ଲାରେ ଝାରଖଣ୍ଡ ପୁଲିସର ରାତି ଅଧିଆ ଚଢ଼ାଉ ସମୟରେ ଦେଶୀ ବନ୍ଧୁକ ସହିତ ଦୁଇ ଡକାୟତ ଗିରଫ ହୋଇଛନ୍ତି। ଜିଲ୍ଲା ଗୋରୁମହିଷାଣି ଥାନା ସୁଦର୍ଶନପୁର ଗ୍ରାମ ରେ ଏହି ଚଢ଼ାଉ କରାଯାଇଥିଲା । ଝାରଖଣ୍ଡ ରାଜ୍ୟ ଡୁମୁରିଆ ଓ ଘୋଡ଼ାବନ୍ଧା ଥାନା ଅଞ୍ଚଳରେ ହୋଇଥିବା ଡକାୟତି ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଫେରାର ରହିଥିବା ବେଳେ ଏମାନେ ଆସି ମୟୂରଭଞ୍ଜ  ଗୋରୁମହିଷାଣି ଥାନା ସୁଦର୍ଶନପୁର ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ।ବିଶେଷ ସୂତ୍ରରୁ ଖବର ପାଇ ଝାରଖଣ୍ଡ ପୁଲିସ ମୟୂରଭଞ୍ଜ ପୁଲିସ ସହାୟତାରେ ଗତ ଜୁନ ୧୭ ବିଳମ୍ବିତ  ରାତ୍ରିରେ ଚଢ଼ାଉ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟେ ଦେଶୀ ବନ୍ଧୁକ ଜବତ କରିଛି।ଏଇ ଚଢ଼ାଉ ରେ ଝାରଖଣ୍ଡ ର ଡୁମୁରିଆ ଓ ଘୋଡାବନ୍ଧା ପୁଲିସ ଦଳ ସହିତ ଗୋରୁମହିଷାଣି ପୁଲିସ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.