ସେଲୁନ ଖୋଲିବାକୁ ବାରିକ ସମାଜ ପକ୍ଷରୁ ଦାବି, ନଚେତ୍ ଆଇନ୍ ହାତକୁ ନେବାକୁ ଚେତାବନୀ।

0 2

ସମ୍ବଲପୁର /ରମାକାନ୍ତ ବିଶ୍ବଳ – ରାଜ୍ୟ ରେ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେଲୁନ୍ ଖୋଲିବାକୁ ଅନୁମତି ଦେଇ ନାହାନ୍ତି ସରକାର I ଏହି ପରିପ୍ରେକ୍ଷୀରେ ବନ୍ଦ ଯୋଗୁଁ ଜୀବନ ଜୀବିକା ଉପରେ ଆର୍ଥିକ କରଜ ପ୍ରଭାବ କୁ ଦୃଷ୍ଟି ରେ ରଖି ବାରିକ ସମାଜ ସମ୍ବଲପୁର ପକ୍ଷରୁ ସେଲୁନ୍ ଖୋଲିବାକୁ ଅନୁମତି ଦେବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରେ ଦାବି ହୋଇଛି I   ଆଜି ବାରିକ ସମାଜ ର ଜ଼ିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ଏବଂ  ଶତାଧିକ ସଂଖ୍ୟା ରେ ସେଲୁନ୍ କାରିଗର ଏକତ୍ରିତ ହୋଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ନିବେଦନ କରିଛନ୍ତି I ଅନ୍ୟ ପକ୍ଷରେ ଯଦି ସରକାର ଅନୁମତି ନ ଦିଅନ୍ତି ତେବେ ଆସନ୍ତା ସୋମବାର ଠାରୁ ଆଇନ୍ ହାତକୁ ନେଇ ସେଲୁନ ଖୋଲିବାକୁ ଚେତାବନୀ ଦେଇଛନ୍ତି I  ଦୀର୍ଘ ଦେଢମାସ (୪୫ ଦିନ) ଧରି ସେଲୁନ ବ୍ୟବସାୟ ସମ୍ପୁର୍ଣ୍ଣ ବନ୍ଦରହିଛି। ଏହି ଦାବି ପତ୍ର ପ୍ରଦାନ ସମୟରେ  ସେଲୁନ ଦୋକାନୀ କହିଛନ୍ତି ଯେ  ବର୍ତ୍ତମାନ ପରିସ୍ଥିତି ରେ ତାଙ୍କ ପକ୍ଷରେ  ପରିବାର ପ୍ରତିପୋଷଣ କରିବା କଷ୍ଠସାଧ୍ୟ ହୋଇଯାଇଛି  । ଏଣୁ  ସରକାର ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସେମାନେ ଅନୁରୋଧ କରିଛନ୍ତି ।  ଅପରପକ୍ଷରେ ରାଜ୍ୟ ରେ ଅନ୍ ଲକ୍ ପକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ  ସେଲୁନ୍ ଦୋକାନ ଖୋଲିବାକୁ  ସରକାର ବାଦ ଦେଇଛନ୍ତି । ସମସ୍ତ ସେଲୁନ ଦୋକନୀ ଭାଇ ମାନେ ଘରଭଡା, ଦୋକାନଭଡା, କାରିଗର ଦରମା, ଛୁଆ ମାନଙ୍କ ସ୍କୁଲଫିସ୍ ତତ୍ ସଙ୍ଗେ ପରିବାର ଚଳିବାରେ ବହୁତ କଷ୍ଟସାଧ୍ୟ ହୋଇ ଆର୍ଥିକ କରଜରେ ବୁଡି ରହିଥିବା କହିଛନ୍ତି  । ତେଣୁ ସରକାର କୋଭିଡ ନିୟମ ଅନୁସାରେ ସେଲୁନ ଖୋଲିବା ପାଇଁ ଅନୁମତି ଦେବାକୁ  ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ ସରୋଜ ମିଶ୍ର ଏହି ଦାବି ପତ୍ର ଗ୍ରହଣ କରିଥିଲେ I ଏହି ଦାବି ପତ୍ର ପ୍ରଦାନ ସମୟରେ ସମ୍ବଲପୁର ଜ଼ିଲ୍ଲା ବାରିକ ସମାଜ କାର୍ଯ୍ୟକାରୀ ସଭାପତି ସନ୍ତୋଷ ବାରିକ, ଉପ ସଭାପତି ହୀରାଲାଲ ବେହେରା, ମହିଳା ସଭାପତି ଅର୍ଣ୍ଣପୂର୍ଣ୍ଣା ବାରିକ, ଉପଦେଷ୍ଟା ସମୀର ବାରିକ, ସମ୍ପାଦକ ଚିତ୍ତ ପଶାୟତ, ମହିଳା ସମ୍ପାଦିକା ରିନା ରାଣୀ ବାରିକ, ହୀରାକୁଦ ସଭାପତି ପ୍ରକାଶ ଡାକୁଆ, ସମ୍ପାଦକ ସନ୍ତୋଷ ଡାକୁଆ, ରେଙ୍ଗାଲି ସଭାପତି ରାମକୃଷ୍ଣ ପଶାୟତ, ସମ୍ପାଦକ ବିଭୁତି ପଶାୟତପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.