୧୦୦୦ ଲିଟର ଦେଶୀ ମଦ ସହିତ ଅଟୋ ଜବତ, ୦୮ ଗିରଫ I

0 2

ଭଦ୍ରକ, ବ୍ଲକ୍(ସୀତାକାନ୍ତ ପାଢ଼ୀ): ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ଅବକାରୀ  ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକଙ୍କ ନେତୃତ୍ତ୍ୱରେ ମାଜିଷ୍ଟ୍ରେଟ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ତିହିଡ଼ି ଥାନା ଆଇ.ଆଇ.ସି ଶ୍ରୀ ତପନ କୁମାର ପ୍ରଧାନ ଓ ଷ୍ଟାଫମାନଙ୍କୁ ନେଇ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ତିହିଡି ଥାନା ଅନ୍ତର୍ଗତ ତାଳପଦା ଓ ଅମୃତପୁର ଗ୍ରାମରେ ଚଢାଉ କରାଯାଇ ୭୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୦୬ ଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ତାଳପଦା ଗ୍ରାମର ଜଗବନ୍ଧୁ ବେହେରା, ବନିତା ବେହେରା, ଲକ୍ଷ୍ମୀଧର ବେହେରା, ରମେଶ ବେହେରା ଏବଂ ଅମୃତପୁର ଗ୍ରାମର ତିଲୋତ୍ତମା ବେହେରା ଓ ଠଣ ସୁନ୍ଦର ବେହେରା ।

          ସେହିପରି ସାବରଙ୍ଗ ଥାନା ଅନ୍ତର୍ଗତ ସାବରଙ୍ଗ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଯାତ୍ରୀବାହୀ ଅଟୋରୁ (ଓଡି-୦୧-୯୮୨୯) ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ  ଏଥିରେ ସଂପୃକ୍ତ ସୋର ଥାନା ଅନ୍ତର୍ଗତ ବାଲିପୁର ଗ୍ରାମର ସଞ୍ଜୟ ମଳିକ ଓ ରଘୁନାଥପୁର ଗ୍ରାମର ଡମ୍ବରୁଧର ବେହେରାଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୧୦୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହେବା ସହିତ ମୋଟ ୦୮ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ  ୦୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ଭବେଶ ଦାସ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ବର ଜେନା,  ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୦୪ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

Leave A Reply

Your email address will not be published.