୮୭୨ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କଲା “ଇଣ୍ଡିଆ” ।

0 2

ବୁଗୁଡା: ଅଜିମ୍  ପ୍ରେମ୍ ଜୀ ଫାଉଣ୍ଡେସନ ସହାୟତାରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆ  ପକ୍ଷରୁ ବୁଗୁଡା ଓ ପୋଲସରା ବ୍ଲକ ଅନ୍ତର୍ଗତ ୨୦ ଟି ଗ୍ରାମର ୮୭୨ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶୁଖିଲା ଖାଦ୍ୟ ଭାବେ ପ୍ରତ୍ୟେକ ପରିବାର କୁ ଚୁଡା, ଚିନି, ଦୁଗ୍ଧ ଗୁଣ୍ଡ, ଚାହା ଗୁଣ୍ଡ, ସୁଜି, ଜାଇ, ତେଲ, ଲୁଣ, ହଳଦୀ ଗୁଣ୍ଡ, ବିଲାତି ଆଳୁ, ପିଆଜ, ସାବୁନ ଓ ମାସ୍କ ଥିବା ଏକ ପ୍ୟାକେଟ ଗୋଲିଆ ପଞ୍ଚାୟତର ଗୋଲିଆ, ସୀତାରାମ ପଲ୍ଲୀ, କୋଇଲୁଣ୍ଡି, କୁଶପଲ୍ଲୀ ଓ ଚିରିକିପଡା ଗ୍ରାମର ଗରିବ ଶ୍ରେଣୀର ପରିବାରକୁ ବଣ୍ଟନ କରାଯାଇଥିଲା। ଗୋଲିଆ ଗ୍ରାମରୁ ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଲିଆ ସରପଞ୍ଚଙ୍କ ପ୍ରତିନିଧି  ମାନସ ରଞ୍ଜନ ପ୍ରଧାନ, ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରା,ସମାଜସେବୀ ବସନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, କବିରାଜ ପୋଲାଇ, ଅଙ୍ଗନୱାଡି କର୍ମୀ ବିନୋଦିନୀ ପୋଲାଇ, ପୂର୍ବତନ ସରପଞ୍ଚ ଗୋବିନ୍ଦ ସେଠୀ, ଓ  ହରି ଶଙ୍କର ସ୍ୱାମୀଜୀ  ଯୋଗଦେଇଥିଲେ । ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆର ସଂଯୋଜକ ଶିତାଂଶୁ ଭୂଷଣ ଦାସ, ଗୋଷ୍ଠୀ ସଂଗଠକ କାହ୍ନୁ ଚରଣ ସେଠୀ, ସଞ୍ଜୟ କୁମାର ଗୌଡ଼,ଓ ଗୋଷ୍ଠୀ ସଂଗଠିକା ରଶ୍ମିତା ବେହରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.