କରୋନା ପ୍ରଭାବିତଙ୍କୁ ସେବା କରି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କରିବ କଂଗ୍ରେସ

0

ଭୁବନେଶ୍ୱର – ଅଖିଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ଯୁବ ମାନସର ପ୍ରତିକ ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପ୍ରତିବର୍ଷ ଜୁନ ୧୯ ତାରିଖରେ ଆଡମ୍ବରପୂର୍ଣ୍ଣ ସହକାରେ ପାଳନ କରିଯାଏ । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରାହୁଲଜୀ ତାଙ୍କର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତି ନେଇଛନ୍ତି । ସେଥିଯୋଗୁଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ କୌଣସି ବ୍ୟାନର, ପୋଷ୍ଟର ଓ ପ୍ଲାକାର୍ଡ଼ ତିଆରି ନକରିବା ସହ କେକ୍ ନ କାଟିବାକୁ ଶ୍ରୀ ଗାନ୍ଧୀ ବାରଣ କରିଛନ୍ତି ।କଂଗ୍ରେସ ନେତୃବୃନ୍ଦ ତାଙ୍କ ଜନ୍ମ ଦିନ ପାଳନ କରିବା ପରିବର୍ତ୍ତେ କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଥିବା ବ୍ୟକ୍ତି ଓ ପରିବାର ବର୍ଗଙ୍କୁ ସହଯୋଗ ଓ ସାହାଯ୍ୟ କରିବାକୁ ଶ୍ରୀ ଗାନ୍ଧୀ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଉକ୍ତଦିନ କୋଭିଡ ୧୯ରେ ପ୍ରଭାବିତ ଲୋକ ଓ ପରିବାରବର୍ଗଙ୍କୁ ମେଡିକାଲ କିଟ୍‌ସ, ମାସ୍କ, ସାନିଟାଇଜର ଏବଂ ରେଶନ କିଟ୍‌ସ ପ୍ରଦାନ କରିବାକୁ ଏଆଇସିସି ପକ୍ଷରୁ ନିଷ୍ପତି ନିଆଯାଇଥିବା ସେହିପରି ପିସିସି ପକ୍ଷରୁ କରୋନା ପ୍ରଭାବିତ ଙ୍କୁ ସେବା ଦେଇ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ପିସିସି  ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ନଗର ଓ ପଂଚାୟତ ସ୍ତରରେ କଂଗ୍ରେସ ନେତୃବୃନ୍ଦ କର୍ମୀମାନଙ୍କୁ ନିଜ ନିଜର ଆର୍ଥିକ ଶକ୍ତି ମୁତାବକ ରାହୁଲଜୀଙ୍କ ଜନ୍ମଦିନରେ କୋଭିଡ-୧୯ରେ ପ୍ରଭାବିତ ବ୍ୟକ୍ତି ଓ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ବିଶେଷ ଅନୁରୋଧ କରିଛନ୍ତି । ତୃଣମୂଳ ସ୍ତରରେ ସ୍ଥାନୀୟ ନେତୃମଣ୍ଡଳୀ / କର୍ମୀମାନେ କୋଭିଡ – ୧୯ରେ ଆକ୍ରାନ୍ତ ପରିବାର ବର୍ଗ / ମୃତ ବ୍ୟକ୍ତିବିଶେଷ ପରିବାର ବର୍ଗଙ୍କ ଘରକୁ ଯାଇ ସେମାନଙ୍କର ଦୁଃଖ ସମୟରେ ଛିଡା ହେବାକୁ ଏବଂ ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ୍ ୧୯ ର ନିତୀ ନିୟମକୁ ଅନୁପାଳନ କରି ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.