କଲ୍ୟାସିଂହପୁର/ପ୍ରଦିପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକରେ ସୁଧୁରୁ ନାହିଁ ପାନୀୟ ଜଳ ସମସ୍ୟା ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୁଡାଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଳବାଡି ଗ୍ରାମ ରେ ଚୁଆଁ ପାଣି କୁ ଭରସା କରି ଶୋଷ ମେଣ୍ଟାଊ ଛନ୍ତି ଗ୍ରାମବାସୀ ଦେଉଳବାଡି ଗ୍ରାମ ରେ ୨୪ପରିବାର ରହି ଆସୁ ଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ବସ ବାସ କରନ୍ତି। ଗ୍ରାମବାସୀ ଙ୍କୁ ପାଣି ଯୋଗାଇ ଦେବା ପାଇଁ ତିନିଟି ନଳକୂପ ରହିଛି ହେଲେ ସେଥିରୁ ପାଣି ବାହାରୁ ନ ଥିବା ରୁ ଲକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବା କୁ ପଡୁଛି।ଗ୍ରାମବାସୀ ବାଧ୍ୟ୍ୟ ହୋଇ ନିକଟ ରେ ଥିବା କେନାଲ୍ ଝର ରୁ ପାଣି କୁ ବ୍ୟବହାର କରି ରୋଷେଇ ବାସ, ପିଇବା ଗାଧେଇ ବା ଶୋଚ କରିବା କୁ ପଡ଼ୁଛି। ଯାହାଦ୍ବାରା ଦୂଷିତ ପାଣି ପାଇ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଂକା ରହିଛିଗ୍ରାମ ବାସୀ ବାରମ୍ୱାର ପ୍ରଶାସନକୁ ଜଣେଇ ଥିଲେ ସୁଧା ଭୁଆଁ ବୁଲେଊ ଥିବା ଅଭିଯୋଗ ହୋଈଛି ଯଦି ଆଗାମୀ ଦିନରେ ସମସ୍ୟା ର ସମାଧାନ ନ ହେଲେ ରାଜରାସ୍ତା କୁ ଓହ୍ଲାଇ ଅନଶନ କରିବାକୁ ବାଧ୍ୟ ହେବୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଦେଖିବାକୁ ରହିଲା ଦେଉଳବାଡି ଗ୍ରାମର ପାଣି ସମସ୍ୟା ଦୂର ହେବ କେବେ?
Sign in
Sign in
Recover your password.
A password will be e-mailed to you.