ଆସିଛି ରଜ, ହେଲେ ନାହିଁ ମଉଜ

0

ସବୁ ଉତ୍ସାହକୁ  ଧୋଇନେଲା ଲୁଘୁଚାପ ବର୍ଷା ଓ କୋରନା ମହାମାରୀ।

ଭଦ୍ରକ, ବ୍ଲକ, (ସୀତାକାନ୍ତ ପାଢ଼ୀ): ଆନନ୍ଦ ଉଲ୍ଲାସ ଓ ବନ୍ଧୁତାର ପର୍ବ ହେଉଛି ରଜ ପର୍ବ। ସମସ୍ତେ ଅନାଇ ବସିଥାନ୍ତି  ବର୍ଷ ରେ ଥରେ  ଏହି ରଜ ପର୍ବ କୁ ପାଳନ କରିବାକୁ , କିନ୍ତୁ ମହାମାରୀ କୋରୋନା କଟକଣା ପାଇ  2 ବର୍ଷ ହେବ ଫିକା ପଡ଼ିଛି ରଜ ଉତ୍ସବ। ଗତ ବର୍ଷ ଏହି ପର୍ବକୁ ଭଦ୍ରକ ଜିଲ୍ଲାର ଲୋକ ମାନେ ସମ୍ପୂର୍ଣ ନିରାଡମ୍ବର ଭାବେ ପାଳନ କରିଥିଲା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ସେହିପରି ଭାବେ ପାଳନ କରୁଛନ୍ତି। କୋରୋନା କଟକଣା ନିୟମକୁ ଦୃଷ୍ଟିରେ ରଖି ଗାଁ ଗାଁ ରେ ରଜ ପର୍ବ ପାଳନ ନ କରି ଘରେ ରହି ପାଳନ କରୁଛନ୍ତି। ଗାଁ ଠୁ ସହର ଚାରିଆଡ଼େ ଘରେ ଘରେ ଚାଲିଛି ପିଠା ପଣା ର ଆସାର। କୁଆରୀ ଝିଅ ମାନେ ନୁଆ ବସ୍ତ୍ର  ପରିଧାନ କରି ସଜବାଜ ହୋଇ ନିଜ ଘର ପାଖରେ ଦୋଳି ର ମଜା ନେଉଛନ୍ତି। ପୋଡ଼ ପିଠା, ଆରିସା ପିଠା, ବିଭିନ୍ୟ ପ୍ରକାର ପିଠା ସାଙ୍ଗକୁ ମିଠା ପାନ, ଖିଲି ପାନର ଆସର ମଧ୍ୟ ଜମୁଛି।

Leave A Reply

Your email address will not be published.