ମନ୍ତ୍ରୀ ଡ. ଅରୁଣ ସାହୁଙ୍କ “ମଣିଷ ବ୍ୟତିରେକ’ ପୁସ୍ତକ ଲୋକାର୍ପିତ

0

କରୋନା ମହାମାରୀ ପ୍ରମାଣିତ କରିଦେଇଛି, ପ୍ରକୃତି ସାମ୍ନାରେ ଆମେ କେତେ ତୁଚ୍ଛ : ପଦ୍ମଶ୍ରୀ ଡ. ପ୍ରତିଭା ରାୟ

“ମଣିଷ ବ୍ୟତିରେକ’ ପୁସ୍ତକ ବିପଥଗାମୀ ମଣିଷକୁ ସୁପଥକୁ ଆଣିବାରେ ପଥପ୍ରଦର୍ଶକ ହେବ : ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଲେଖକ ପାଠକ ପ୍ରକାଶକ ସାମ୍ମୁଖ୍ୟ, ଓଡ଼ିଶା ଆନୁକୂଲ୍ୟରେ ପହିଲି ରଜ ଅବକାଶରେ ଭର୍ଚୁଆଲ ମୋଡରେ  ଲୋକାର୍ପିତ ହୋଇଯାଇଛି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଂପାଦିତ ଅନନ୍ୟ ଗଳ୍ପ ପୁସ୍ତକ “ମଣିଷ ବ୍ୟତିରେକ’ | ଏହାକୁ ଉନ୍ମୋଚନ କରିବା ଅବସରରେ ପ୍ରଖ୍ୟାତ  ଲେଖିକା  ପଦ୍ମଶ୍ରୀ ଡ. ପ୍ରତିଭା ରାୟ କହିଲେ ଯେ ରାଜନୀତିର ବ୍ୟସ୍ତତା ମଧ୍ୟରେ ରହି ଏପରି ଏକ ବିରଳ ଗ୍ରନ୍ଥ ସଂପାଦନା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣା ପୂର୍ବରୁ ଆମେ ସାହିତ୍ୟରେ ଯେଉଁ ପଶୁପକ୍ଷୀ ଓ ଗଛଲତାର କାହାଣୀ ପଢ଼ୁଥିଲୁ, ସେସବୁ କାହାଣୀ ପୁନର୍ବାର ପାଠକମାନଙ୍କ ସାମ୍ନାକୁ ଆସିବା ଆବଶ୍ୟକା ଏହି କରୋନା ମହାମାରୀ ପ୍ରମାଣିତ କରିଦେଇଛି, ପ୍ରକୃତି ସାମ୍ନାରେ ଆମେ କେତେ ତୁଚ୍ଛା | ତେଣୁ ଏହି ଗଳ୍ପ ସଂକଳନ ମାଧ୍ୟମରେ ପାଠକମାନଙ୍କୁ ପ୍ରକୃତି ଓ ଜୀବଜଗତ ପ୍ରତି ଶ୍ରଦ୍ଧାଶୀଳ କରିବାକୁ ମନ୍ତ୍ରୀ ଡ. ସାହୁ ଯେଉଁ ପ୍ରୟାସ କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ବିରଳା

ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ସମ୍ବାଦ’ର ସଂପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ପୁସ୍ତକକୁ ମଣିଷର ଶ୍ରେଷ୍ଠ ବନ୍ଧୁ ବୋଲି କୁହାଯାଏା ଲେଖକ-ପାଠକ-ପ୍ରକାଶକଙ୍କ ତ୍ରିବେଣୀ ସଂଗମ ହେଲେ ଭାଷା ଓ ସାହିତ୍ୟ ତିଷ୍ଠି ରହୋ ଆଜିକାଲି ଲୋକଙ୍କର ପଢ଼ିବାର ଆଗ୍ରହ ବଢ଼ିଛିା ସେହି ଆଗ୍ରହ ଅନୁସାରେ ଲେଖକ ଓ ପ୍ରକାଶକଙ୍କ ଆଭିମୁଖ୍ୟ ବଦଳିବା ଆବଶ୍ୟକା ମଣିଷର ଅହଂକାର ମଣିଷର ବିପତ୍ତିର କାରଣ ହେଉଥିବାବେଳେ “ମଣିଷ ବ୍ୟତିରେକ’ ପୁସ୍ତକ ବିପଥଗାମୀ ମଣିଷକୁ ସୁପଥକୁ ଆଣିବାରେ ପଥପ୍ରଦର୍ଶକ ହେବ ବୋଲି ସେ ମତବ୍ୟକ୍ତ କରିଥିଲୋ

ପୁସ୍ତକର ସମୀକ୍ଷା କରିଥିଲେ କଥାକାର ଡ. ଅରବିନ୍ଦ ରାୟ ଓ ଡ. ଅଜୟ ସ୍ୱାଇାଁ ଅରବିନ୍ଦ ରାୟ ତାଙ୍କ ସମୀକ୍ଷା ଛଳରେ ଡ. ଅରୁଣ ସାହୁଙ୍କ ସଂପାଦନାର ଆନ୍ତରିକତା ଓ ବୈଶିଷ୍ଟ୍ୟ ସଂପର୍କରେ ମତବ୍ୟକ୍ତ କରିଥିବାବେଳେ ଡ. ଅଜୟ ସ୍ୱାଇଁ ଗ୍ରନ୍ଥ ସନ୍ନିବେଶିତ ୨୯ଟି ଗଳ୍ପର ବିଭିନ୍ନ ଦିଗ ସଂପର୍କରେ ଅଲୋକପାତ କରିଥିଲୋ ପ୍ରକାଶନ ସଂସ୍ଥା ଜଗନ୍ନାଥ ରଥ ପକ୍ଷରୁ ଶୁଭେନ୍ଦୁ ଶେଖର ରଥ ପ୍ରକାଶକୀୟ ମନ୍ତବ୍ୟ ପ୍ରଦାନ କରିଥିଲୋ

ଗ୍ରନ୍ଥର ସଂକଳକ ଡ. ଅରୁଣ କୁମାର ସାହୁ ଧନ୍ୟବାଦ ଦେବା ପ୍ରସଙ୍ଗରେ ମଣିଷ ଓ ମଣିଷ ବ୍ୟତିରେକ ଅନ୍ୟ ସଜୀବ ଓ ନିର୍ଜୀବ ଜଗତ ସଂପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ମଣିଷଠାରୁ ମଣିଷ ବ୍ୟତିରେକମାନଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିଥିଲୋ ଏହି ମଣିଷ ବ୍ୟତିରେକମାନଙ୍କର ବୈଶିଷ୍ଟ୍ୟ ତାଙ୍କୁ ଏପରି ଏକ ଗ୍ରନ୍ଥ ସଂକଳିତ କରିବାକୁ ପ୍ରେରଣା ଦେଇଥିଲା ବୋଲି ସେ ସୂଚନା ଦେଇଥିଲୋ

କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ “ପକ୍ଷୀଘର’ର ସଂପାଦକ ବନୋଜ ତ୍ରିପାଠୀ | ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ଆବାହକମାନଙ୍କ ସମେତ ୫୦୦ରୁ ଅଧିକ  ଲେଖକ-ପାଠକ ଓ ପ୍ରକାଶକ ଯୋଗଦେଇଥିଲୋ 

 

 

 

Leave A Reply

Your email address will not be published.