କରୋନା ସମୟରେ ଶିଶୁ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସର୍ବଦା ତତ୍ପର

0

ରାୟଗଡ଼/ ସରୋଜ ସାହୁ : ରାୟଗଡା ଜିଲ୍ଲା ପ୍ରଶାସନ ସବୁବେଳେ ଶିଶୁ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ତତ୍ପର ରହିଛନ୍ତି । ଚଳିତ କରୋନା କାଳରେ ଗୋଟିଏ ପରିବାରର ଦୁଇ ଜଣ ଯାଁଳା ଭଉଣୀଙ୍କୁ ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ କ୍ରମେ ତାଙ୍କରି ମାମୁଁ ଙ୍କ ପାଖରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହିତ ଉଭୟଙ୍କ ପାଠ ପଢା ଓ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ପୃଷ୍ଟପୋଷକତା ଅର୍ଥ ବାବଦରେ ମାସିକ ୨୦୦୦ ଟଙ୍କା ହିସାବରେ ଦୁଇ ମାସର ଅର୍ଥ ଚେକ ଆକାରରେ ପ୍ରଦାନ କରାଯାଇଛି । ଏହି ଶିଶୁ ମାନଙ୍କୁ ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ସାମିଲ କରି ପେନସନ ଅର୍ଥ ମଧ୍ୟ ପ୍ରଦାନ କରାଯିବା ନିମନ୍ତେ ପ୍ରକ୍ରିୟା ଚାଲୁ ରହିଛି । ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ରୁ ସହାୟତା ନିମନ୍ତେ ଏହି ଦୁଇଜଣଙ୍କ ନାମ ସୁପାରିସ କରାଯାଇଛି । ପ୍ରକାଶ ଥାଉ କି ଯେ, ଗତ ମଇ ମାସ ୫ ତାରିଖ ଦିନ ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଡିଆବନ୍ଧ ଗ୍ରାମର ଶ୍ରୀମତୀ ଜ୍ୟୋତି ଚୌଧୁରୀଙ୍କ ମୃତ୍ୟୁ ଓ ପୂର୍ବରୁ ବାପା ଶ୍ରୀ ଗିରୀଶ ଚନ୍ଦ୍ର ସୁନାମୁଦିଙ୍କ ମୃତ୍ୟୁ ପରେ ଦୁଇ ଯାଁଳା ଭଉଣୀ ଅନାଥ ହୋଇ ଯାଇଥିଲେ । ଏହି ଖବର ପାଇ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିଥିଲେ ।

ଠିକ ସେହିପରି ରମାନାଗୁଡା ବ୍ଲକ ଅଧିନସ୍ଥ ଢେପ ଗୁମୁଡା ଗ୍ରାମରେ ଗତ ୩ ବର୍ଷ ତଳୁ ଅନାଥ ହୋଇ ନିଜ ଜେଜେବାପା ଓ ଜେଜେ ମା ପାଖରେ ଲାଳିତ ପାଳିତ ହୋଇ ଆସୁଥିବା ଜଣେ ଶିଶୁ ତାର ଜେଜେବାପାଙ୍କୁ ହରାଇଥିବାର ଖବର ମିଳିଲା ପରେ ଜିଲ୍ଲା ପ୍ରଶାସନ ତାଙ୍କରି ପାଖରେ ପହଞ୍ଚିଛି ଓ ସରକାରୀ ନୀତି ନିୟମ ଅନୁସାରେ ଉକ୍ତ ଶିଶୁ ଓ ସେହି ପରିବାର କୁ ସୁବିଧା ସୁଯୋଗ ଦିଆଯିବା ପାଇଁ ପ୍ରକ୍ରିୟା ଜାରି ରହିଛି ।

ଚଳିତ ମହାମାରୀ ସମୟମଧ୍ୟରେ କରୋନାରେ ପୀଡିତ ହୋଇ କିମ୍ବା ଅନ୍ୟ ଯେକୌଣସି କାରଣରୁ ପିତାମାତା ଉଭୟଙ୍କୁ ହରାଇ 18 ବର୍ଷରୁ କମ ବଯସର କୌଣସି ଶିଶୁ ଯଦି ଅନାଥ ହୋଇଥିବାର ଘଟଣା ନଜରକୁ ଆସେ ତେବେ ତୁରନ୍ତ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନଜରକୁ ଆଣିବା ପାଇଁ  ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଉଛି । ଯଦି କୌଣସି ବ୍ୟକ୍ତି ବିଶେଷ ଅନାଥ ଶିଶୁଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ଇଛା ପ୍ରକାଶ କରୁଥାନ୍ତି ସେମାନେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଇ ଦିଆଯାଉଛି ।

Leave A Reply

Your email address will not be published.