ନୂତନ ଡିଆଇଜି ଭାବେ ଯୋଗ ଦେଲେ ଦୀପକ କୁମାର

0

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଉତ୍ତରାଞ୍ଚଳ ପୋଲିସ ଡ଼ିଆଇଜି ଭାବେ ଆଜି ୨୦୦୪ ବ୍ୟାଚ  ଆଇପିଏସ ଦୀପକ କୁମାର ଯୋଗଦେଇଛନ୍ତି। ଆଇଜି ନରସିଂହ ଭୋଳଙ୍କ ଠାରୁ ଦୀପକ କୁମାର ଦାୟିତ୍ୱ ଗ୍ରହଣ କରି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।

 https://www.youtube.com/watch?v=jNSGsKyxBtI

ବରଗଡ଼, ବଲାଙ୍ଗୀର, ସୁବର୍ଣପୁର ଏବଂ ସମ୍ବଲପୁର ଏସପିଙ୍କ ସହ ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଲୋଚନା  କରିବା ସହ  ମାଓ ସମସ୍ୟା ଏ ଅଞ୍ଚଳର ପ୍ରମୁଖ ସମସ୍ୟା ହେଇଥିବାରୁ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦୀପକ।ପୂର୍ବରୁ ବଲାଙ୍ଗୀର ଏସପି ଥିବା ସମୟରେ ତଥା ଏନଆଇଏରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର କାର୍ଯ୍ୟଶୈଳୀ ପାଇଁ ବେଶ  ଚର୍ଚ୍ଚାରେ ଥିଲେ ଶ୍ରୀ କୁମାର |

Leave A Reply

Your email address will not be published.