ମନ୍ତ୍ରୀ ଶ୍ରୀ ରଘୁନଦନ ଦାସଙ୍କ ବଡ ଭାଇଙ୍କ ବିୟୋଗ   

0

ଭୁବନେଶ୍ଵର: ରାଜ୍ୟ ଜଳସମ୍ପଦ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ବଡ ଭାଇ ଯୁଗଳ କିଶୋର ଦାସଙ୍କର ଆଜି ଭୋର ୪.୨୦ ମିନିଟ ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କରୋନାରେ ସଂକ୍ରମିତ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ କୋଭିଡ କଟକଣା ଅନୁପାଳନ ପୂର୍ବକ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।  ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରେ ଜନ୍ମିତ ସ୍ଵର୍ଗତ ଦାସ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗରେ ସର୍ବୋଚ୍ଚ ଯନ୍ତ୍ରୀ  ଭାବେ କାର୍ଯ୍ୟକରି ଅବସରଗ୍ରହଣ ପରେ ଭୁବନେଶ୍ଵର ଅଶୋକ ନଗରସ୍ଥିତ ବାସଭବନରେ ରହୁଥିଲେ । ମନ୍ତ୍ରୀ ଶ୍ରୀ ଦାସ, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହିତ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ମୋର ପାଠପଢାଠାରୁ ଆରମ୍ଭ କରି ରାଜନୈତିକ ଜୀବନର ପ୍ରତିଟି କ୍ଷେତ୍ରରେ ବଡ ଭାଇଙ୍କ ଅବଦାନକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ତାଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହ ସ୍ଵର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 

Leave A Reply

Your email address will not be published.