ପଦ୍ମପୁର(ଶାସକପ୍ରଶାସକ)-କରୋନା କାଳରେ ସରକାରଂକ କୋଭିଡ ନିୟମ ଅନୁସାରେ ଜନସାଧାରଣ ଲକଡାଉନରେ ରହୁଛନ୍ତି।ଗରିବ,ଅସହାୟ ଲୋକ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।କାମ କରି ଯାଇ ନ ପାରି ଭୋକ ଉପାସରେ ରହୁଛନ୍ତି।ଏପରି ସ୍ଥିତିରେ ଟାଲ ଗ୍ରାମର ମହେନ୍ଦ୍ର ବଢେଇ ,ଅଧୁନା ଡେଲାଂଗ ତହସିଲଦାର ସହଯୋଗ କରୁଛନ୍ତି।ବିଭିନ୍ନ ଗ୍ରାମ ପଂଚାୟତର ଅସହାୟ ଗରିବ ଲୋକମାନଂକର ଆକଳନ କରି ସ୍ଥାନୀୟ ଜନପ୍ରତିନିଧି ଓ ଯୁବଗୋଷ୍ଠି ସହ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି।ପାଇକମାଲ ବ୍ଲକ ଝିଟିକୀ ଗ୍ରାମ ପଂଚାୟତରେ ସରପଞ୍ଚ ସୁନୀତା ପ୍ରଧାନ,କମଳ ପ୍ରଧାନ ଓ ସୌକିଲାଲ ପ୍ରଧାନଂକ ସହଯୋଗରେ ଝିଟିକୀ,ମୁନିକେଲ,ଖଲିଆମୁଣ୍ତା,ପଥରେଲ ଗ୍ରାମରେ ଚାଉଳ,ଚୁଡା,ଡାଲି,ଲୁଣ,ବିସ୍କୁଟ,ସୁଜି ପ୍ରଦାନ କରିଥିଲେ ।ସେହିପରି କାଂସଡା ଗ୍ରାମ ପଂଚାୟତ ସରପଞ୍ଚ ପ୍ରତିନିଧି ଯୁଧିଷ୍ଠିର ସାହୁଂକ ନେତୃତ୍ବରେ କାଂସଡା,ନିଳାଥର,ଇଚ୍ଛା ପୁର,ଢେଂକିମୁଣ୍ତା,ଗଡଗାଁ ରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।ଶୁଖିଲା ଖାଦ୍ୟ ପାଇ ଅସହାୟମାନେ ଶ୍ରୀ ବଢେଇଂକର ଉଦ୍ୟମକୁ ଭୂୟସୀ ପ୍ରସଂଶା କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା
Next Post