ବିଶ୍ୱ ପରିବେଶ ଦିବସରେ ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ଚଳିତ ସପ୍ତାହରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୫ ତାରିଖରେ ସୋଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା । ସୋଆର ୫୦ ଜଣ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ଏଥିରେ ଯୋଗଦାନ କରିଥିଲେ । ବିଶ୍ୱ ପରିବେଶ ଦିବସ ୨୦୨୧ର ଥିମ୍ ଥିଲା “ଇକୋସିଷ୍ଟମ ରେଷ୍ଟୋରେସନ୍”  ।

ସେହିପରି ବିଶ୍ୱ ବିଦ୍ୟାଳୟର ଏନ୍ଏସ୍ଏସ୍ ଶାଖା ଏବଂ ସୋଆ ୱେଲନେସ  ସେଂଟର ମିଳିତ ଭାବରେ ଏକ ଅନ୍ଲାଇନ୍ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକମ ଆୟୋଜନ କରିଥିଲେ । ଇଂରାଜୀ, ଓଡ଼ିଆ ଓ ହିନ୍ଦୀରେ ଆୟୋଜିତ ହୋଇଥିବା ଏହି ବକ୍ତୃତା କାର୍ଯ୍ୟକ୍ରମର ପ୍ରସଙ୍ଗ ଥିଲା “ଇଣ୍ଡିଆଜ୍ ଗ୍ରୀନ୍ ଫ୍ୟୁଚର୍” ଅର୍ଥାତ ଭାରତର ସବୁଜ ଭବିଷ୍ୟତ । ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ୟୁନିଭର୍ସିଟି ଆଉଟ ରିଚ ପ୍ରୋଗ୍ରାମର  ନିର୍ଦ୍ଦେଶକ  ଡ. ନଚିକେତା କେ. ଶର୍ମା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋଆ ପରିଚାଳିତ ଲିଗାଲ୍ ଷ୍ଟଡିଜର  ଫ୍ୟାକଲ୍ଟି ଡ. ହିରଣ୍ମୟ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସେହିପରି ସୋଆ ପକ୍ଷରୁ ଅନ୍ଲାଇନରେ  ପରିବେଶ ସମ୍ପର୍କିତ ଏକ କୁଇଜ୍ ପ୍ରତିଯୋଗିତା ଜୁନ୍ ୭ ତାରିଖ ଦିନ ଆୟୋଜନ କରାଯାଇଥିବା ବେଳେ ଏଥିରେ ୪୦୦ ରୁ ଉର୍ଧ୍ଵ  ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.