ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ବୁର୍ଲା ଭୀମସାର ସମେତ ରାଜ୍ଯର ୭ଟି ସ୍ଥାନରେ ଶିଳାନ୍ଯାସ ହେଲା ପିଏସଏ ଅକ୍ସିଜେନ ପ୍ଲାଣ୍ଟ । ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୨ରେ ଏହାକୁ ଭର୍ଚୁଆଲ ମାଧ୍ଯମରେ ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭୀମସାର କୋଭିଡ ହସ୍ପିଟାଲରେ ୨ରେ ଶିଳାନ୍ଯାସ ହୋଇଥିବା ଏହି ପ୍ରକଳ୍ପରେ ୧୩ KL( କିଲୋଲିଟର)ର ଦୁଇଟି ୟୁନିଟ ରହିବ । ଏହା ସହ ୬୦୦ LPM ର ବଣ୍ଟନ ଓ ଉତ୍ପାଦନ ପାଇଁ ପିଏସଏ ପ୍ଲାଣ୍ଟର ମଧ୍ଯ ଶିଳାନ୍ଯାସ ହୋଇଛି । ଏହି ଭର୍ଚୁଆଲ ବୈଠକରେ ୫ଟି ସଚିବ ଭିକେ ପାଣ୍ଡିଆନ୍, ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ତଥା ସିଡିଏମ ଉପସ୍ଥିତ ଥିଲେ । ତେବେ ଭୀମସାରରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି, ଭୀମସାର ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post