ଧାର ଟଙ୍କା ନ ଫେରାଇ ଓଲଟି ଆକ୍ରମଣ କଲେ । ୪ ଗିରଫ ହେଲେ ।

0

 

ଭଦ୍ରକ,(Satyabhusan Swami) ; ଭଦ୍ରକ ସହରସ୍ତ ହଳଦୀ ଡିହ ଠାରେ ଗତ କାଲି ଧାର ଟଙ୍କା ଆଦାୟ କୁ ନେଇ ତୁମୁଳ କାଣ୍ଡ । ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳର ଏହି ଘଟଣା। ଅଞନ ସାହୁ ନାମକ ଯୁବକ ଏହି ଅଞ୍ଚଳର ଦୁଇ ଜଣ ଲୋକ ଧାର ସୂତାରେ କିଛି ଟଙ୍କା ନେଇ ଥିଲେ ଏବଂ ସୁଧ ମଧ୍ୟ ଦେଉଥିଲେ କିନ୍ତୁ ଅଞନ ତାଙ୍କ ମୂଳ ଟଙ୍କା ଫେରେଇବାକୁ କହିଥିଲେ କିନ୍ତୁ ଉକ୍ତ ଯୁବକ ଟଙ୍କା ନ ଫେରାଇ ତାଙ୍କୁ ଭୁତାଉଥିଲେ। ଗତକାଲି ଅଞନ ସେମାନଙ୍କୁ ଟଙ୍କା ଫେରାଇବାକୁ କହିଥିଲେ କିନ୍ତୁ ଟଙ୍କା ଫେରାଇବା ତ ଦୂରର କଥା ଓଲଟି ଗୋଟିଏ ଘର ଭିତରେ ଅଞନକୁ ଵନ୍ଦ କରି ହାତ ଗୋଡ଼ ଵାନ୍ଧି ନିସ୍ତୁକ ମାଡ ମାରି ଥିଲେ। ଆଉ।ଦୁଇ ଜଣ ସାମ୍ବାଦିକ ଙ୍କ ସହୋଯଗରେ ଭିଡିଓ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଘଟଣାର ଖଵର ପାଇ ପୁଲିସ ଅଞନକୁ ଉଦ୍ଧାର କରିଛି। ଏହାକୁ ନେଇ ଥାନାରେ ମାମଲା (୭୨/୧୮) ରୁଜୁ କରାଯାଇ ୪ଜଣକୁ କୋର୍ଟ ଚାଲାଣ କରାଯାଇଥିଵା ଵେଳେ ସାମ୍ବାଦିକ ସମେତ ଅନ୍ୟ ମାନେ ଫେରାର ଥିବା ଜଣା ପଡିଛି। 

ତେବେ ପୁଲିସ ଅଧିକ ତଦନ୍ତ ଜାରି ରଖିବା ସହିତ ତନାଘନା ଚଳାଇଛି l

Leave A Reply

Your email address will not be published.