ରାଉରକେଲା ଇସ୍ପାତ କାରଖାନାରେ ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ଦିବସ ପାଳିତ

0

11-07-18-rkl.gif - 151.11 kB

ରାଉରକେଲାରୁ ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନାର ବୃତ୍ତିଗତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଠାରେ ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଥିଲା । ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜୀବ ଅଗ୍ରଵାଲ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ବିଭିନ୍ନ  ବିଭାଗରୁ ପ୍ରାୟ ୬୦ ଜଣ କର୍ମଗ୍ଭରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଉକ୍ତ ଦିବସର ପ୍ରସଂଗ “”ମୌଳିକ ବୃତ୍ତିଗତ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅନବରତ ଉଦ୍ୟମ” ସମ୍ୱନ୍ଧରେ ଶ୍ରୀ ଅଗ୍ରଵାଲ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ  । ଆଇଜିଏଚ୍‍ର ସର୍ଜରୀ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଆର୍‍.କେ.ବେହେରା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃତ୍ତିଗତ ସଂପର୍କୀୟ ଦୁର୍ଘଟଣା ଏବଂ ଅସୁସ୍ଥତା ଜନିତ ପରିସଂଖ୍ୟାନ ଉପରେ ଆଲୋକପାତ କରିଥିଲେ । ଆଂଚଳିକ ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ର, କୋଲକାତାର ବୈଜ୍ଞାନିକ ଏବଂ ଅଫିସର  ଡାକ୍ତର ସି.କେ.ପ୍ରଧାନ ମୁଖ୍ୟବକ୍ତା ରୂପେ ଯୋଗଦେଇ “”ମ୍ୟାନେଜିଂ ଏରଗୋନୋମିକ୍ସ” ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଓଏଚ୍‍ଏସ୍‍ସି କେନ୍ଦ୍ରର ଡିଏମ୍‍ଓ ଡାକ୍ତର ସୁରେନ୍ଦ୍ର କୁମାର, “”ମୌଳିକ ବୃତ୍ତିଗତ ସ୍ୱାସ୍ଥ୍ୟ ସେବା” ସମ୍ୱନ୍ଧରେ କହିଥିଲେ ।
ଏହି ଅବସରରେ ରାଉରକେଲାର ପ୍ରତିଷ୍ଠିତ ଚିକିତ୍ସକ ଏବଂ ଇଣ୍ଡିଆନ ଆସୋସିଏସନ ଅଫ୍‍ ଅକ୍ୟୁପେସନାଲ ହେଲ୍‍ଥ ଓଡିଶା ଶାଖାର ବରିଷ୍ଠ ସଦସ୍ୟ ଆର୍‍ଏସ୍‍ପିର ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଇନଗ୍ଭର୍ଜ, ଡାକ୍ତର ଡି.ଏନ.ମହାପାତ୍ର ଏବଂ ଆର୍‍ଏସ୍‍ପିର ପୂର୍ବତନ ସହାଯ୍ଭକ ନିର୍ଦ୍ଦେଶକ ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କୁ ବୃତ୍ତିଗତ ସ୍ୱାସ୍ଥ୍ୟ ସେବା ଦିଗରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନର ସ୍ୱିକୃତୀ  ସ୍ୱରୂପ ସମ୍ୱର୍ଦ୍ଧିତ କରାଯାଇଥିଲା ।
ପ୍ରାରମ୍ଭରେ, ଓଏଚ୍‍ଏସ୍‍ସିର ବରିଷ୍ଠ ନିର୍ଦ୍ଦେଶକ ଇନଗ୍ଭର୍ଜ ଏବଂ ଇଣ୍ଡିଆନ ଆସୋସିଏସନ ଅଫ୍‍ ଅକୁ୍ୟପେସନାଲ ହେଲ୍‍ଥ, ଓଡିଶା ଶାଖାର ସମ୍ପାଦକ ଡାକ୍ତର ତରୁଣାଦିତ୍ୟ ମିଶ୍ର, ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ରାଉରକେଲା ଇସ୍ପାତ କାରଖାନାର ଓଏଚ୍‍ଏସ୍‍ସି କେନ୍ଦ୍ରର କାର୍ଯ୍ୟକଳାପ ଓ ଗତିବିଧି ଉପରେ ସୂଚନା ଦେଇଥିଲେ । ଏହାଛଡା ବିଭିନ୍ନ  ପ୍ରକାରର ସ୍ୱାସ୍ଥ୍ୟ ସଚେତନତା ଏବଂ ଓଏଚ୍‍ଏସ୍‍ସିରେ ପରିଚାଳିତ ଫାଷ୍ଟ ଏଡ଼ ଟ୍ରେନିଂ  କାର୍ଯ୍ୟକ୍ରମ ଉପରେ ମଧ୍ୟ ଡାକ୍ତର ମିଶ୍ର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଡାକ୍ତର ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଓଏଚ୍‍ଏସ୍‍ସିର ଓଏଚ୍‍ଟି ଶ୍ରୀ କେ.ସି.ପ୍ରଧାନ ଉକ୍ତ ଉତ୍ସବର ପରିଚାଳନା କରିଥିଲେ ।

Leave A Reply

Your email address will not be published.