ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0

ଗୁଣୁପୁର:(ସୁବ୍ରତ କୁମାର ପଣ୍ଡା) : ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା କୁ ନେଇ ଆଜି ଉପଜିଲ୍ଲାପାଳ ଙ୍କ ନିକଟରେ ଦାବି ଜଣାଇଲେ ଭାରତୀୟ ଜନତା ପାର୍ଟି ର କୃଷକ ମୋର୍ଚ୍ଚା | ମେ ୧ ତାରିଖରୁ ରବି ଋତୁରେ ଧାନ କିଣା, ମଣ୍ଡିରେ ଆରମ୍ଭ ହେବାର ବିଧି ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୫ ତାରିଖରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟ ସରକାର ମଣ୍ଡି ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଗତ ଖରିଫ ଋତୁରେ ଧାନ କିଣା ବିକାରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହେଲା ଓ ଚାଷୀ ମାନଙ୍କ ଧାନ ମଣ୍ଡିରେ ମାସ ମାସ ଧରି ରହିବା ପରେ ଓ ସରକାର ଚାଷୀଙ୍କ ଧାନ ନ କିଣିବାରୁ ବାଧ୍ୟ ହୋଇ ଚାଷୀ ମାନେ ଖୋଲା ବଜାରରେ ବହୁ କମ ଟଙ୍କାରେ କୁଇଣ୍ଟାଲ ପ୍ରତି ୬୦୦ ରୁ ୮୦୦ କ୍ଷତିରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଲେ । ଏବେ ମଧ୍ୟ ରବି ଋତୁରେ ଧାନ କିଣା ବିକାର ସମାନ ସ୍ଥିତି ଆରମ୍ଭ ହେଲାଣି । ଚାଷୀଙ୍କ ଟୋକେନ ଏବେ ଠାରୁ ଲାଗୁ ହୋଇଥିବାରୁ ୧୧୦୦ ରୁ ୧୨୦୦ ଟଙ୍କାରେ ଖୋଲା ବଜାରରେ ଚାଷୀ ଧାନ ବିକ୍ରି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ୬ ଦଫା ଦାବି/ପ୍ରସ୍ତାବ  ଉତ୍ଥାପନ କରାଯାଇଛି | ସେଗୁଡିକ ହେଲା 

1) ରବି ଋତୁ ପାଇଁ ଯେତେ ଜଣ ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରି ସାରିଛନ୍ତି ସେ ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ସରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରନ୍ତୁ

 2) ଚାଷୀଙ୍କୁ ଧାନ ବିକ୍ରି ପାଇଁ ଦିଆଯାଇଥିବା ଟୋକେନର ସମୟ ସୀମା ନିର୍ଦ୍ଧାରଣ ନକରି ଗୋଳେନ ପାଇଥିବା ଚାଷୀଙ୍କ ଧାନ ମାଣ୍ଡୀରେ ପହଞ୍ଚିବା ପରେ ଏହାର କିଣିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର ଏହି ଦାୟିତ୍ର ରାଜ୍ୟ ସାଜାର ବହନ କରନ୍ତୁ ।

3) ଚାଷୀଙ୍କ ଧାନ ଲୋଡିଙ୍ଗ, ଅନ ଲୋଡିଙ୍ଗ, ପରିବହନ, ବସ୍ତା, ଅଖାର ସଂପୂର୍ଣ୍ଣ ଖର୍କ କେନ୍ଦ୍ର ସରକାର ଦେଉଥିବା ବେଳେ କୋଟି କୋଟି ଟଙ୍କାର ଏହି ଅର୍ଥ କିଏ କିଏ ଭାଗ ବାଣ୍ଟି ଖାଉଛନ୍ତି ତାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଚାଷୀଙ୍କୁ ପ୍ରଦାନ କରନ୍ତୁ କେନ୍ଦ୍ର ସରକାର ଯୋଗଉ ଥିବା ଏହି ଅର୍ଥ ଚାଷୀଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ ।

4) ଧାନ କିଣୁଥିବା ସଂସ୍ଥା RMC ପ୍ରତି କୁଇଣ୍ଟାଲ 2% କେନ୍ଦ୍ର ସରକାର ଠାରୁ କମିଶନ ପାଇଥିବା ବେଳେ ପେକ୍ସ ମଧ୍ୟ କୁଇଣ୍ଟାଲ ପ୍ରତି ୩୧ଟଙ୍କା ୫୦ ପଇସା କମିଶନ ପାଉଛି ଏହି ବାବଦରେ RMC ଓ ପେଟ ମାନଙ୍କ ପାଖରେ ସହ ସହ କୋଟି ଟଙ୍କା ଗଛିତ ଅଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହି ସଂସ୍ଥା ମାନେ ମାଝୀରେ ଧାନ ରଖ୍ ପାଇଁ ସ୍ଥାୟୀ ବ୍ୟବସ୍ଥା କରୁନଥିବାରୁ ଚାଷୀ ପ୍ରତିବର୍ଷ କ୍ଷତି ସହୁଛି ।

5) ମାଝୀରେ ଚାଷୀଙ୍କ ଧାନ କଟନୀ ଛଟନି ଦ୍ଵାରା ଚାଷୀ ଶୋଷିତ ହେଉଛନ୍ତି, ଏଥିପାଇଁ ମିଲସଙ୍କ ବିରୋଧରେ ରାଜ୍ୟ ସରକାର କଳା ଆଭିମୁଖ୍ୟ ଗ୍ରହଣ କରନ୍ତୁ ।

6) ୟାସ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ସମେତ ଅନ୍ୟାନ୍ୟ ଚାଷରେ ବ୍ୟାପକ କ୍ଷୟ କ୍ଷତି ହୋଇଛି ରାଜ୍ୟ ସରକାର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରନ୍ତୁ 

ଯଦି ରାଜ୍ୟ ସରକାର ଏଥିପାଇଁ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତାହାହେଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ବ୍ୟାପୀ ଆନ୍ଦୋଳନକୁ ଜୋରଦାର କରିବୁ କହି କୃଷକ ମୋର୍ଚ୍ଚା ର ସଭାପତି ପ୍ରେମପ୍ରସାଦ ପଣ୍ଡା ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.