ଦୁର୍ଗମ ବଣ୍ଡା ଘାଟିରେ ଗଡ଼ିଲା ବାଇକ ଆମ୍ବୁଲାନ୍ସ ସେବା ।

0 2

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ ପଞ୍ଚାୟତର ବଣ୍ଡା ଜନଜାତିଙ୍କ ପାଇଁ ସରକାର ଓପିଲିପି ଓ ବଣ୍ଡା ଉନ୍ନୟନ ସମିତି ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ବଣ୍ଡା ଘାଟିରେ ଥିବା ବିଭିନ୍ନ ଗ୍ରାମ ମୁଦୁଲିପଡ଼ା ଓ ଅଣ୍ଡରା ହାଲ ପଞ୍ଚାୟତର ୩୦ରୁ ଉର୍ଦ୍ଧ ଗାଁ ମଧ୍ୟରୁ କିଛି ଗ୍ରାମକୁ ବାଦ ଦେଲେ ଅଧୁକାଂଶ ଗାଁ କୁ ଭଲ ରାସ୍ତାଟିଏ ନାହିଁ । ଏହି ବଣ୍ଡା ଜନଜାତିର ଲୋକ ମାନେ ବହୁ ଆଭ୍ୟନ୍ତରିଣ ଅଞ୍ଚଳରେ ରହୁଥିବାରୁ ହଠାତ କୌଣସି ସ୍ଵାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସେଠାକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ମୋଟର ଯିବାର ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଭାରରେ ବୁହା ହୋଇ ଦୀର୍ଘକିଲୋମିଟର ଚାଲି ଚାଲି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ସବୁଦିନିଆ ଘଟଣା ରେ ପରିଣିତ ହୋଇଛି । ଏହାକୁ ଦୃଷ୍ଟି ରେ ରଖି ବିକାଶ  ସ୍ୱେଚ୍ଛାସେବୀ ଅନୁଷ୍ଠାନ  ପକ୍ଷରୁ ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଆମ୍ବୁଲାନ୍ସ  ସବୁବେଳେ ଅଣ୍ଡରା ହାଲ ପଞ୍ଚାୟତରେ ରହିବ ଓ ଏହାର ପରିଚାଳନା ଦାଇତ୍ଵ ସ୍ଥାନୀୟ ବାଲିପାହାଡ଼ ଯୁବକ ସଂଘକୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.