ରାୟଗଡା (ସରୋଜ କୁମାର ସାହୁ) : ଆଜି ମହାମାରୀ କୋରନା ଭୂତାଣୁ କବଳରେ ସାର ବିଶ୍ବ କବଳିତ ହୋଇଯାଇଛି । ଏହି ଭୂତାଣୁ ଦ୍ୱାରା କୋଟି କୋଟି ଲୋକ ଆକ୍ରାନ୍ତ ହେବା ସହ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କ ଜୀବନ ହାରୁ ଥିବା ବେଳେ ବର୍ତ୍ତମାନ ମୁଖ୍ୟ ସମସ୍ୟା ଦେଖା ଦେଇଛି ଅମ୍ଳଜାନର ଘୋର ଅଭାବ । ଏହାର କାରଣ ବିପୁଳ ପରିମାଣରେ ଜଙ୍ଗଲର ଅବକ୍ଷେୟ । ଆଜି ଜୁନ ମାସ ୫ ତାରିଖ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖା ତରଫରୁ କୋଭିଡ ନିୟମ ଯଥା, ମାସ୍କ ପରିଧାନ ଓ ସାମାଜିକ ଦୂରତାକୁ ପାଳନ କରି “ମଣିଷ ଟିଏ କୁ ଗଛ ଟିଏ” ଓ “ପରିବେଶ ସୁରକ୍ଷା ଜୀବନ ରକ୍ଷା” ର ନାରା କୁ ପାଥେୟ କରି ସ୍ଥାନୀୟ ଶିରିଗୁଡା ନିକଟସ୍ଥ ସ୍ୱର୍ଗ ଦ୍ୱାର ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରଯାଇଥିଲା । ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖାର ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡ ବନାଞ୍ଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ନବ ଭାରତ ନିର୍ମାଣ ସେବା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋମାଲି କାନ୍ତା ରାଓ, ଆଦିବାସୀ ମହାସଂଘର ସଭାପତି ତଥା କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଆପାଲାସ୍ୱାମୀ କାଡ୍ରାକା, ଶିକ୍ଷକ ତଥା ପରିବେଶବିତ ଟି. ଈଶ୍ବର ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ଆସୋସିଏସନ ଦ୍ୱାରା କରାଯାଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ରହିଚି ନହେଲେ ପରିବେଶକୁ ସନ୍ତୁଳିତ ରଖିବା କଷ୍ଟକର ହୋଇ ପଡ଼ିବ ବୋଲି କହିବା ସହ ଗୋଟିଏ ମଣିଷ ଗୋଟିଏ ଗଛ ନିହାତି ଲଗେଇ ବାକୁ ସନ୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆସୋସିଏସନର ସଧାରଣ ସମ୍ପାଦକ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ସଭ୍ୟ ହରି ନାରାୟଣ ଦାସ, କେ. ଗାନ୍ଧୀ, ରାଜୀବ କୌଶଲ୍ୟା ଓ ରୋହିତ ଜେନା ପ୍ରମୁଖ ବୃକ୍ଷ ରୋପଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post