ଝାରବନ୍ଧ -ମନୋହର ଦାଶ:ଝାରବନ୍ଧ ସ୍ଥିତ ଜୁନିୟର କଲେଜ ରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି ଶ୍ରୀଯୁକ୍ତ ସାହୁ ମହାମରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁ ଗତବର୍ଷ ଲକ୍ ଡାଉନ ସମୟରେ ଛାତ୍ର ଛାତ୍ରୀ ମାନଙ୍କ ମଙ୍ଗଳ ନିମିତ୍ତ ଏକ “ପ୍ରମୋଦ ସାର” ନାମରେ ଏକ ନିଶୁଳ୍କ ୟୁଟୁବ ଚ୍ୟାନେଲ ଖୋଲି ପ୍ରାୟତଃ ଷାଠିଏ ଟି ଭିଡ଼ିଓ ଅପଲୋଡ କରିଥିଲେ। ଏହାକୁ ଓଡ଼ିଶା, ଭାରତ ଓ ବିଦେଶ ରୁ ହଜାର ହଜାର ଛାତ୍ର ଛାତ୍ରୀ ଉପକୃତ ହେଉଛନ୍ତି। ଏଥିରେ ଗ୍ରନ୍ଥାଗାର ଚିନ୍ତାମଣି ମିଶ୍ର, ବେଣୁଧର ପାଣିଗ୍ରାହୀ, ଛତ୍ରପାଲ ଗିରି, କୁମୁଦ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ। ଶେଷ ରେ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.