ଓଡିଆ ମହିଳା-ନେତୃତ୍ୱାଧୀନ ଆମେରିକାର ସଂଗଠନ ସିଏମଆରଏଫକୁ ଦେଲେ 68,500 ଡଲାର୍ 

0 1

ଭୁବନେଶ୍ୱର (ଶାସକ ପ୍ରଶାସକ): ଜଣାଶୁଣା ଓଡ଼ିଆ ମହିଳା ଜୟଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଆମେରିକାରୁ ପରିଚାଳିତ  ସଂଗଠନ “ଆୱାର ବିଶ୍ୱାସ”  କୋଭିଡା ପରିଚାଳନା ବାବଦରେ ସହଯୋଗ ସ୍ୱରୂପ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୮, ୫୦୦ ଡଲାର(ପ୍ରାୟ ୫୦ ଲକ୍ଷ ଟଙ୍କା) ଅନଲାଇନ ମାଧ୍ୟମରେ ଦାନ କରିଛନ୍ତି ବୋଲି ଗୃହ ଏବଂ ସାଧାରଣ ପ୍ରଶାସନ ତଥା ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି । 

ଦାନକୁ ଅନ ଲାଇନରେ ପଠାଇ  ଶ୍ରୀମତୀ ମହାନ୍ତି କହିଛନ୍ତି, “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ତଥା ଘଟଣାବହୁଳ ରାଜ୍ୟ । ଠିକ୍ ସମୟରେ ଠିକଣା ନିଷ୍ପତ୍ତି ଏବଂ ଉପଯୁକ୍ତ କାର୍ଯ୍ୟ ହେତୁ ଓଡିଶାର କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣରେ ଅଛି | ବରଗଡ ସମେତ ପଶ୍ଚିମ ଓଡିଶାରେ ସରକାର କୋଭିଡ ଚିକିତ୍ସା ସୁବିଧା ମଧ୍ୟ ସୃଷ୍ଟି କରିଛନ୍ତି। ସମସ୍ତଙ୍କ ସହଯୋଗରେ ଓଡିଶା ସରକାର କୋଭିଡ ବିରୋଧରେ ଲଢେଇରେ ରାଜ୍ୟ ବିଜୟୀ ହେବ ବୋଲି ଶ୍ରୀମତୀ ମହାନ୍ତି  ଆଶା ପ୍ରକଟ କରିଛନ୍ତି।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ “ଆୱାର ବିଶ୍ୱାସ” ସଂଗଠନ ମାଧ୍ୟମରେ ଶ୍ରୀମତୀ ମହାନ୍ତି  2008 ମସିହାରୁ ଓଡିଶାର ବିଭିନ୍ନ ସ୍ଥାନରେ ମହିଳା ସଶକ୍ତିକରଣ ପାଇଁ ମଧ୍ୟ କାର୍ଯ୍ୟ କରିଆସୁଛନ୍ତି।

ଏହି ଦାନକୁ ଗ୍ରହଣ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା ସଂଗଠନକୁ ଏହି ଦାନ “ଜନସାଧାରଣଙ୍କ ମଙ୍ଗଳ” ପାଇଁ ଉଦ୍ଦିଷ୍ଟ ବୋଲି କହି ସାଧୁବାଦ ଜଣାଇବା ସହ “ଆୱାର ବିଶ୍ୱାସ”ର ଉତ୍ତରୋତ୍ତର ଉନ୍ନତି କାମନା  କରିଛନ୍ତି ।

Leave A Reply

Your email address will not be published.