ବରଗଡ :- ସାରା ଦେଶ ଆଜି କରୋନା ର ଦ୍ବିତୀୟ ଲହରରେ କବଳିତ। ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରେ କରୋନା ବ୍ୟାପିବାରେ ଲାଗିଛି। ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ଆଜି ଦ୍ବିତୀୟ ପର୍ଯାୟ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆଜି ନିଷ୍ଠା ପରିବାର ତରଫରୁ ତୃତୀୟ ପର୍ଯାୟରେ ପଥର୍ଲା,ଗୋବିନ୍ଦପୁର,ଚକରକେନ୍ଦ, କଲଂଗାପାଲି,ସସ୍ତୁ ପାଲି,ସାହାଜ ବାହାଲ , ପୋଡ ମୁଡା ଗାଁ କୁ ଯାଇ କରୋନା ସଚେତନତା କାର୍ଯ୍ୟକ୍ରମ କରିଥିଲା ଟିମ୍ ନିଷ୍ଠା ।ଗାଁ ଗାଁ କୁ ଯାଇ ଲିଫଲେଡ ଓ ମାସ୍କ ବାଣ୍ଟି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା। କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଦେଲେ ଅବହେଳା ନ ହୋଇ କରୋନା ପରୀକ୍ଷଣ କରିବା ,ମାସ୍କ ପିନ୍ଧିବା, ଅଯଥା ରେ ଭିଡ ନକରିବା, ତାସ ଖେଳ ରୁ ନିବୃତ ରହିବା,ରୋଗୀ ଙ୍କୁ ଘୃଣା ନ କରିବା ଓ ଅନ୍ଯାନ୍ଯ ବିଷୟରେ ସଚେତନ କରିବା ସହ ଟୀକା ନେବା ପାଇଁ ଲୋକଙ୍କୁ ସୁଚନା ଦେଇଥିଲୁ। ତା ସହ ବରଗଡ ମୁଖ୍ଯ ଚିକିତ୍ସାଳୟରେ ଚାଲିଥିବା ଆମ ନିଷ୍ଠା ପରିବାର ର ଦିବା ରାତ୍ର ସେବା ର ମୋବାଇଲ ନମ୍ବର ରେ ଯୋଗାଯୋଗ କରିବା ପାଇଁ ସମସ୍ତଙ୍କୁ ଅବଗତ କରିଥିଲୁ। ଏହି କାର୍ଯ୍ୟକ୍ରମ ରେ ଗୋବିନ୍ଦପୁର ଗ୍ରା:ପ ର ପୁର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାଏକ,ପଥର୍ଲା ସରପଞ୍ଚ ପୁରନ୍ଦର ସେଟ,ଚକରକେନ୍ଦ ସରପଞ୍ଚ ରାଜିନ ପ୍ରଧାନ ଏବଂ ପ୍ରତ୍ୟେକ ଗ୍ରାମ ର ଆଶା ଓ ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ ।ନିଷ୍ଠାର ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ଅନ୍ୟ ସଦସ୍ଯ ମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ନିଷ୍ଠା ପରିବାର ଦ୍ୱାରା ଏହି କୋରୋନା କାଳରେ ଅନେକ ଜନାହିତକର ପଦକ୍ଷେପ ଗ୍ରହଣ କରାଯାଇ ଲୋକଙ୍କର ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପାରିଛି ।
Sign in
Sign in
Recover your password.
A password will be e-mailed to you.