ଅକ୍ଷିମୁଠି ଅନୁକୂଳ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

0

ବାରିପଦା,(ଦିଲ୍ଲୀପ ମହାନ୍ତି):  ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଷିମୁଠି ଅନୁକୂଳ ସମ୍ପାଦିତ ହୋଇଛି । ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୪.୩୭ ହଜାର ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତଦନୁଯାୟୀ ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍ସ ଓ ପଞ୍ଜିକୃତ ଘରୋଇ ବିହନ ବିକ୍ରେତାଙ୍କ ଜରିଆରେ ସମୁଦାୟ ୪୯୫୭ କୁ୍ୟଇଣ୍ଟାଲ ବିଭିନ୍ନ କିସମର ଧାନ ବିହନ ବିକ୍ରି ପାଇଁ ମହଜୁଦ ରଖାଯାଇଛି । ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ପ୍ରେରଣାରେ ବାରିପଦା ସହର ଉପଖଣ୍ଡ ଶାମାଖୁଣ୍ଟା ବ୍କର ବାଉଁଶବିଲା ଗ୍ରାମରେ ସବୁଜ ମୟୂରଭଞ୍ଜର ଶାମାଖୁଣ୍ଟା ବ୍ଲକ ଆବାହକ କାଶୀନାଥ ସିଂଙ୍କ ଆବାହକତ୍ୱରେ ଆୟୋଜିତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଚାଷୀ ଦିଗମ୍ବର ସିଂ, ସୁନାରାମ ସିଂ, ଭୈରବାନନ୍ଦ ସିଂ, ଚନ୍ଦ୍ରଭାନୁ ସିଂ, ବଳଦେବ ସିଂ ଓ ଗୌରୀ ଶଙ୍କର ସିଂ ପ୍ରମୁଖ କୋଭିଡ ନିୟମାନୁଯାୟୀ ପାରମ୍ପରିକ ପୂଜା ପଦ୍ଧତିରେ ଅଖିମୁଠି ଅନୁକୂଳ କରାଯାଇଛି । ପୂଜକ ନନ୍ଦୁରାମ ସିଂ ଏହି ପୂଜା କାର୍ଯ୍ୟ କରିଥିବା ସମୟରେ ଦ୍ରୌପଦୀ ସିଂ ସହାୟତା କରିଛନ୍ତି । ଅକ୍ଷିମୁଠି ଅନୁକୂଳ କରାଯିବା ସହ ଏବର୍ଷ ଚାଷ କାର୍ଯ୍ୟ ଭଲ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଯୁବ ନେତା ସିଦ୍ଧାର୍ଥ ପାତ୍ର, ସୁନୀଲ ସେଠୀ, ଅମିତ ବୈଠା ଓ ଆଶୀର୍ବାଦ ଦାସ ପ୍ରମୁଖ ଗ୍ରାମବାସୀଙ୍କୁ ସହଯୋଗ କରିଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪୨ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଜମା ଖାତାରେ ୨୦୨୧ ଖରିଫ ଚାଷ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ  ମହାନ୍ତି କୃତଜ୍ଞତା ଜଣାଇବା ସହ କାଳିଆ ଯୋଜନା କୃଷି ଏବଂ କୃଷକଙ୍କର ପରିବାର ଜୀବନ ଜୀବିକା ପାଇଁ ଏକ ଆଦର୍ଶ ନମୁନା ଭାବେ ପରିଗଣିତ ହୋଇଛି ବୋଲି ବ୍ୟକ୍ତ କରିଛନ୍ତି । କାଳିଆ ଯୋଜନା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବା ସହ ଏହି ଶ୍ରେଷ୍ଠ  କୃଷି କଲ୍ୟାଣ ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ କ୍ଷୁଦ୍ର ନାମମାତ୍ର ଭୂମିହୀନ ଚାଷିଙ୍କ ପରିବାର ଉପକୃତ ହୋଇପାରୁଛନ୍ତି ବୋଲି କହିବା ସହ କୃଷି ଏବଂ କୃଷକଙ୍କର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

 

Leave A Reply

Your email address will not be published.